ସପ୍ତାହକୁ ମାତ୍ର ଥରେ ପିଅନ୍ତୁ ଏହି ଜୁସ, ରହିବନି କୌଣସି ସ୍ୱାସ୍ଥ୍ୟ ସମସ୍ୟା
ସପ୍ତାହକୁ ମାତ୍ର ଥରେ ପିଅନ୍ତୁ ଏହି ଜୁସ, ରହିବନି କୌଣସି ସ୍ୱାସ୍ଥ୍ୟ ସମସ୍ୟା
ଭୁବନେଶ୍ୱର: ସୁସ୍ଥ ରହିବା ପାଇଁ ଆମେ ବିଭିନ୍ନ ପ୍ରକାରର ତରିକା ଆପଣାନ୍ତି । ପ୍ରାକୃତିକ ଉପାୟରେ ହେଉ କି ମନୁଷ୍ୟକୃତ ଲୋକେ ବହୁପ୍ରକାରର ପ୍ରଚେଷ୍ଟା କରନ୍ତି । କିନ୍ତୁ ଆମ ନିତିଦିନିଆ ଜୀବନଶୈଳୀରେ ଆମ ହାତ ପାହାନ୍ତାରେ ଥିବା ପ୍ରାକୃତିକ ଔଷଧିକୁ ଆମେ ନଜରଅନ୍ଦାଜ କରୁ । ଏଭଳି ଏକ ପତ୍ର ଯେଉଁଥିରେ ଭରିରହିଛି ଔଷଧିୟ ଶକ୍ତି । ଯାହା ଆମ ଶରୀରର ବିଭିନ୍ନ ସମସ୍ୟାରୁ ମୁକ୍ତ ଦେବାରେ ସାହାର୍ଯ୍ୟ କରିବ । ଏହି ପତ୍ରଟି ହେଉଛି ଧନିଆପତ୍ର । ସପ୍ତାହକୁ ଥରେ ଧନିଆପତ୍ର ଜୁସ୍ ପିଇବା ଦ୍ୱାରା ଆମକୁ ମିଳିଥାଏ ଅନୋଖା ଫାଇଦା ।
- ବିଭିନ୍ନ ପ୍ରକାର ଆଖି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍ ପିଇଲେ ମିଳିଥାଏ ସୁଫଳ ।
- ଏହା ଶରୀରରେ କୋଲେଷ୍ଟ୍ରଲସ୍ତର ହ୍ରାସ କରିବାରେ ମହୋଷଧି ଭଳି କାମ କରିଥାଏ ।
- ଏହା ସହିତ ଧନିଆପତ୍ର ଜୁସ ପିଇବା ଦ୍ୱାରା ବିଭିନ୍ନ ପ୍ରକାରର ପେଟ ରୋଗର ସମସ୍ୟା ଦୂର ହୋଇଥାଏ ।
- ହୃଦରୋଗ ସମମ୍ବନ୍ଧିୟ ସମସ୍ୟାରେ ଏହାକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।
- ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି-୧୨ ରହିଥାଏ । ଏହା ସହିତ ଏଥିରେ ୮୯ ପ୍ରତିଶତ ଜଳ, କାର୍ବୋହାଇଡେ଼୍ରଟ, ଫାଇବର, ପ୍ରୋଟିନ୍, ଭିଟାମିନ୍-ଏ, ସି, କେ, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ପୋଟାସିୟମ୍ ଆଦି ଉପାଦାନ ରହିଥାଏ ।
- ଏହାର ଜୁସ୍ ନିୟମିତ ପିଇଲେ ସମସ୍ତ ପ୍ରକାର ଆଖି ସମସ୍ୟା ଦୂର ହୋଇଥାଏ ।




admin 