ସାବତ ମା’କୁ ମାରିଲା ସାବତ ପୁଅ ।

ସାବତ ମା’କୁ ମାରିଲା ସାବତ ପୁଅ ।

ସାବତ ମା’କୁ ମାରିଲା ସାବତ ପୁଅ ।
କଣିହାଁ: କଣିହାଁ ଥାନା ଚିତଲପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଟଙ୍କା ଓ ସୁନା ଗହଣା ନ ଦେବାରୁ ସାବତ ମାଆ ବେକରେ ଗାମୁଛା ଗୁଡ଼ାଇ ହତ୍ୟା କରିଛି ୧୦ମ ଶ୍ରେଣୀରେ ପଢ଼ୁଥିବା ସାବତ ପୁଅ । ମୃତ ମହିଳାଙ୍କ ଭାଇ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଶବ ଜବତ କରିଥିବା ବେଳେ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ, ଚିତଲପୁର ମନୁ ସାହୁଙ୍କର ୨ ଜଣ ପତ୍ନୀ । ପ୍ରଥମ ପତ୍ନୀ ସୁମତି ସାହୁ (୪୬) ଙ୍କର ସନ୍ତାନ ସନ୍ତତି ନ ହେବାରୁ ମନୁ ଦ୍ୱିତୀୟ ବିବାହ କରିଛନ୍ତି । ମନୁଙ୍କର ଦ୍ୱିତୀୟ ପତ୍ନୀଙ୍କର ୧୫ ବର୍ଷ ବୟସ୍କ ପୁଅ ରାତି ପ୍ରାୟ ସାଢ଼େ ୮ଟା ବେଳେ ସୁମତିଙ୍କୁ ଟଙ୍କା ଓ ସୁନା ଗହଣା ମାଗିଥିଲା । ମନା କରିବାରୁ ନାବାଳକ ଜଣକ ଶୋଇଥିବା ଅବସ୍ଥାରେ ସୁମତିଙ୍କ ବେକରେ ଗାମୁଛା ଗୁଡ଼ାଇ ମାରିଦେଇ ଫେରାର ହୋଇଯାଇଛି । ସୁମତିଙ୍କ ଭାଇ ପରମାନନ୍ଦ ସାହୁ ରାତି ପ୍ରାୟ ୧୦ଟା ବେଳେ ଏ ସମ୍ପର୍କରେ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କଣିହାଁ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ, ପାଳଲହଡ଼ା ଏସଡିପିଓ ଯଶୋବନ୍ତ ସାମଲ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।