ସାପ କାମୁଡ଼ାରେ ୨ ଭଉଣୀ ମୃତ

ସାପ କାମୁଡ଼ାରେ ୨ ଭଉଣୀ ମୃତ

ସାପ କାମୁଡ଼ାରେ ୨ ଭଉଣୀ ମୃତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ଜୀବନ ଚାଲିଯାଇଛି । ଦୁଇ ଭଉଣୀଙ୍କ ବୟସ ୧୨ ଓ ୧୩ ବର୍ଷ ବୋଲି ଜଣାପଡ଼ିଛି । ରାତିରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିବା ଜଣାଯାଇଛି । ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚମହଲାରେ ଗାଁରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି । ଘଟଣା ପ୍ରଚାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।