ବର୍ଷ ଶେଷ ପୂର୍ବରୁ ଶୀତକାଳୀନ ଅଧିବେଶନ

ବର୍ଷ ଶେଷ ପୂର୍ବରୁ ଶୀତକାଳୀନ ଅଧିବେଶନ

ବର୍ଷ ଶେଷ ପୂର୍ବରୁ ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର: ଡିସେମ୍ବର ୩୧ ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବ । ବିଧାନସଭାର ବିଧି ଅନୁସାରେର ୬୦ ଦିନ ଗୃହ କାର୍ୟ୍ୟ ଚାଲିବା ନେଇ ବ୍ୟବସ୍ଥା ରହିଛି । ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଗୃହ କାର୍ୟ୍ୟ ଚାଲିଛି । ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହ କାର୍ୟ୍ୟ ବସିବାକୁ ବାକି ରହିଛି । ତେବେ କେବେ ବିଧାନସଭା ଅଧିବେଶନ ବସିବ ସେନଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ । ଶୀତ ଅଧିବେଶନ ନେଇ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି ।