ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି

ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି

ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି

ଭୁବନେଶ୍ୱର : ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ। ଡିଜିଙ୍କ ନାଁରେ ଫେକ୍ ହ୍ୱାଟସ ଆପ ଆକାଉଣ୍ଟ୍ ଖୋଲି ବନ୍ଧୁ ଓ ପରିବାର ଲୋକଙ୍କୁ ମାଗୁଛନ୍ତି ଟଙ୍କା। ମେଡିକାଲରେ ଚିକିତ୍ସା ଖର୍ଚ୍ଚ ପାଇଁ ମିଛି ମେସେଜ୍ ଦେଇ ଫୋନ୍ ପେ’ରେ ଟଙ୍କା ପଠାଇବାକୁ କରୁଛନ୍ତି ଠକ। ତେବେ ଅଗ୍ନିଶମ ଡିଜି ଏ ସଂପର୍କରେ ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କୁ ଖୋଜି ବାହାର କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ସାଇବର ଠକଙ୍କ ସତର୍କ ରହିବା ପାଇଁ ସଚେତନ କରିଛି ଡିଜି।

ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଲୁଟେରା । ଯାହାଫଳରେ ଅଗ୍ନିଶମ ଡିଜିଙ୍କ ଫେକ୍ ଆକାଉଣ୍ଟରୁ ପରିଚିତ ଲୋକ ଓ ପରିବାର ସଦସ୍ୟଙ୍କୁ ଯାଉଛି ମେସେଜ୍ । ଘଟଣାର ତଦନ୍ତ କରି ଦୋଷୀଙ୍କୁ ଖୋଜି ବାହାର କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଅଗ୍ନିଶମ ଡିଜି।