ମୁହାଁମୁହିଁ ପୁଲିସ ଓ କଂଗ୍ରେସ କର୍ମୀ
ମୁହାଁମୁହିଁ ପୁଲିସ ଓ କଂଗ୍ରେସ କର୍ମୀ
ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ୍ ପ୍ରତିବାଦରେ ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସର ନେତା ଓ କର୍ମୀମାନେ ବିକ୍ଷୋଭ କରିଛନ୍ତି। ଶତାଧିକ ରାଜ୍ୟ କଂଗ୍ରେସର ନେତା ଓ କର୍ମୀ ରାଜ୍ୟ କଂଗ୍ରେସ ଭବନରୁ ପଦଯାତ୍ରାରେ ବାହାରି ଥିଲେ। ସେଠାରୁ ଇଡି ଅଫିସ ଘେରାଉ ପାଇଁ ଗଲାବେଳେ ରାଜମହଲ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ।
ଏହି ବିକ୍ଷୋଭରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଜୟଦେବ ଜେନା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଧାୟକ ସୁର ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ। ଏହାସହ ଛାତ୍ର ଓ ଯୁବ କଂଗ୍ରେସର ଶହ ଶହ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇ ନାରାବାଜି କରିଥିଲେ। ସୂଚନାଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହୋଇଛନ୍ତି।




admin 