ସର୍ଦ୍ଧାର ପଟେଲଙ୍କ ଜୟନ୍ତୀରେ ରନ୍ ଫର ୟୁନିଟି : ଏକତା ଦୌଡ଼ର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର

ସର୍ଦ୍ଧାର ପଟେଲଙ୍କ ଜୟନ୍ତୀରେ ରନ୍ ଫର ୟୁନିଟି : ଏକତା ଦୌଡ଼ର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର

ସର୍ଦ୍ଧାର ପଟେଲଙ୍କ ଜୟନ୍ତୀରେ ରନ୍ ଫର ୟୁନିଟି : ଏକତା ଦୌଡ଼ର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଅକ୍ଟୋବର ୩୧ ତାରିଖ ସର୍ଦ୍ଧାର ପଟେଲଙ୍କ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର ୟୁନିଟି ବା ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭୁବନେଶ୍ୱରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିବେ । ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁର ରେଳ ଷ୍ଟାଡିୟମରୁ ସକାଳ ୬ଟାରେ ବାହାରିବେ । ଏହା ପ୍ରେସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ ଏବଂ ଓମଫେଡ ଛକ ଦେଇ ରେଳ ଅଡିଟୋରିୟମରେ ପହଞ୍ଚିବ । ନେହରୁ ଯୁବ କେନ୍ଦ୍ର ଏହି କାର୍ଯ୍ୟକ୍ରମକୁ ଆୟୋଜନ କରୁଛି । ଅନ୍ତର୍ଜାତୀୟ କ୍ରୀଡ଼ାବିତ ପଦ୍ମଶ୍ରୀ ଦୀପିକା କୁମାରୀ, ପଦ୍ମଶ୍ରୀ ଶରତ କୁମାର, ଅର୍ଜୁନ ପୁରସ୍କାରପ୍ରାପ୍ତ ଅଙ୍କୁର ମିତ୍ତଲ, ହୀନା ସିନ୍ଧୁ ଓ ଅଲମ୍ପିଆନ ଅନୁରାଧା ବିଶ୍ୱାଳ ପ୍ରମୁଖ କେନ୍ଦ୍ରମନ୍ତ୍ରିଙ୍କ ସହ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏଥିରେ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅର୍ଦ୍ଧ ସାମରିକ ବାହିନୀର ଯବାନ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଯୋଗ ଦେବେ । ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ସୁରକ୍ଷା ଉଦେ୍ଧଶ୍ୟରେ ଆୟୋଜିତ ଏହି ଗଣଦୌଡ଼ରେ ସମସ୍ତେ ସାମିଲ ହେବାକୁ ରାଜ୍ୟରେ ଥିବା ନେହରୁ ଯୁବ କେନ୍ଦ୍ରର ନିଦେ୍ର୍ଧଶକ ଅଭିଜିତ ବୋଷ ଅନୁରୋଧ କରିଛନ୍ତି ।