ସର୍ଟ କୋଟର ଆଦର
ସର୍ଟ କୋଟର ଆଦର
ଭୁବନେଶ୍ୱର: ଶୀତ ପାଗ ଧୀରେଧୀରେ ବଢ଼ିବାରେ ଲାଗିଛି । ଓଡ଼ିଶାର କୋଣ ଅନୁକୋଣରେ ଶୀତ ଦାଉରେ ଥରୁଛନ୍ତି ଲୋକେ । ଏଥିମଧ୍ୟରେ ବଜାରରେ ମଧ୍ୟ ବେପାରୀଙ୍କର ଚାହିଦା ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ରଙ୍ଗବେରଙ୍ଗର ପଶମ ପୋଷାକ ବିକ୍ରି ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ କରୋନା କଟକଣା ନଥିବାରୁ ଲୋକେ ବୁଲାବୁଲି କରିବା ପାଇଁ ବିଭିନ୍ନ ପ୍ରକାରର ଷ୍ଟାଇଲିଷ୍ଟ ଶୀତବସ୍ତ୍ର ବଜାରରୁ କିଣି ନେଉଛନ୍ତି ।
ଏଥରକ ଲୋକଙ୍କର ବେଶ ପସନ୍ଦ ସାଜୁଛି ସର୍ଟ କୋଟ । କିଛି ବର୍ଷ ତଳେ ଲଙ୍ଗକୋର୍ଟର ଫେସନ ବଢ଼ିଥିଲା ବେଳେ ଏବେ କିନ୍ତୁ ଏହା ପରିବର୍ତ୍ତନ ହୋଇ ସର୍ଟ କୋଟର ଚାହିଦା ବଢ଼ିବାରେ ଲାଗିଛି । ଲମ୍ବା କୋଟ ମଧ୍ୟ ଲୋକେ ନିଜ ମନ ପସନ୍ଦର କିଣି ନେଉଛନ୍ତି । ଏହି କୋଟର ତଳ ଆଡ଼କୁ ଅଣ୍ଟା ପାଖରେ ଏକ ଚଉଡ଼ା ବେଲ୍ଟ ରହୁଥିବାରୁ ତାହା ଅଧିକ ସୁନ୍ଦର ଲାଗୁଛି । ଜିନ୍ସ, ପ୍ଲାଜୋ, ଏମିତିକି ଶାଢ଼ି ସହ ମଧ୍ୟ ସର୍ଟ କୋଟ ପିନ୍ଧିହେବ । ଅନଲାଇନରେ ହାଲକା ରଙ୍ଗ ସଟ କୋଟର ଚାହିଦା ଅଧିକ । ଏସବୁ କୋଟର ଦାମ ୧୨୦୦ ଟଙ୍କାରୁ ଆରମ୍ଭ ।




admin 