ସରକାରୀ ବିଦ୍ୟାଳୟ ସହ ସଂଯୋଗ ହେବ ଅଙ୍ଗନବାଡ଼ି କେନ୍ଦ୍ର
ସରକାରୀ ବିଦ୍ୟାଳୟ ସହ ସଂଯୋଗ ହେବ ଅଙ୍ଗନବାଡ଼ି କେନ୍ଦ୍ର
ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି-୨୦୨୦ର କାର୍ଯ୍ୟକାରିତା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତପôରତା ପ୍ରକାଶ କରାଯାଇଛି । ଏହି କ୍ରମରେ ରାଜ୍ୟର ୨୫ ହଜାର ୪୦୬ ଅଙ୍ଗନବାଡ଼ି କେନ୍ଦ୍ରକୁ ସରକାରୀ ବିଦ୍ୟାଳୟ ସହ ସଂଯୋଗ କରାଯିବ । ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀ ବାଲବାଟିକାରୁ ପାଠପଢ଼ା ଆରମ୍ଭ କରିବେ । ଏଥିପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ ଲାଗି ୪ ଜଣିଆ କମିଟି ଗଠନ କରାଯାଇଛି । ଯେଉଁଥିରେ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ ରଶ୍ମିରଞ୍ଜନ ନାୟକ, ଅତିରିକ୍ତ ନିଦେ୍ର୍ଧଶକ ଶ୍ରୀଧର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ର ଯୁଗ୍ମ ନିଦେ୍ର୍ଧଶକ ଡ.ସନାତନ ପଣ୍ଡା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟର ଯୁଗ୍ମ ନିଦେ୍ର୍ଧଶକ ସତ୍ୟମୋହନ ସେନାପତି ସଦ ସ୍ୟ ରହିଛନ୍ତି । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି ।