ସମାଜିକ ଗଣମାଧ୍ୟମରେ ଟ୍ରେନ୍‌ ଆଗରେ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟାର ଦୃଶ୍ୟ

ସମାଜିକ ଗଣମାଧ୍ୟମରେ ଟ୍ରେନ୍‌ ଆଗରେ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟାର ଦୃଶ୍ୟ

ସମାଜିକ ଗଣମାଧ୍ୟମରେ ଟ୍ରେନ୍‌ ଆଗରେ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟାର ଦୃଶ୍ୟ

ଖଇରା: ଟ୍ରେନ ଆଗକୁ ଡେଇଁ ବାଲେଶ୍ୱର ଜିଲ୍ଲାର ଜଣେ ଯୁବକ ଆତ୍ମହତ୍ୟା କରୁଥିବାର ଛାତିଥରା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି । ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ହାଇଦ୍ରାବାଦ ପାଖାପାଖି ଏକ ରେଳ ଷ୍ଟେସନରେ ଘଟିଛି । ଗାଡ଼ି ଷ୍ଟେସନକୁ ପଶୁଥିବା ସମୟରେ ଯୁବକ ଜଣକ ରେଳଧାରଣାରେ ଛିଡା ହୋଇଗଲେ । ଏହା ଦେଖି ଷ୍ଟେସନରେ ଥିବା ଲୋକେ ଅବାକ ହୋଇଯାଇଥିଲେ । ଟ୍ରେନଟି ବାରମ୍ବାର ହର୍ଣ୍ଣ ମାରିଥିଲେ ବି ଯୁବକ ଜଣକ ନିର୍ବିଘ୍ନରେ ମୃତୁ୍ୟକୁ ଆମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା । ପରେ ଟ୍ରେନଟି ନିମିଷକ ମଧ୍ୟରେ ଧକ୍କା ମାରି ଚାଲିଯାଇଥିଲା । ମୃତ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ବଟେଶ୍ୱର ଗ୍ରାମର ଅନିରୁଦ୍ଧ ବେହେରାଙ୍କ ପୁଅ ସଞ୍ଜୟ ଓରଫ ବୁଲୁ (୨୭) ବୋଲି ଜଣାପଡ଼ିଛି । ତାଙ୍କ ଦାଦା ହାଇଦ୍ରାବାଦରେ ଅଛନ୍ତି । କିଛି ଦିନ ପୂର୍ବରୁ ବୁଲୁ ସେଠାକୁ ବୁଲିବାକୁ ଯାଇଥିଲେ । ରବିବାର ଅପରାହ୍ନରେ ଏହ ଘଟଣା ଘଟିଥିବା ଜଣାପଡ଼ିଛି ।