ସବୁ ପୁସ୍ତିକା ନଷ୍ଟ ପାଇଁ ନିଦେ୍ର୍ଧଶ

ସବୁ ପୁସ୍ତିକା ନଷ୍ଟ ପାଇଁ ନିଦେ୍ର୍ଧଶ

ସବୁ ପୁସ୍ତିକା ନଷ୍ଟ ପାଇଁ ନିଦେ୍ର୍ଧଶ
ଭୁବନେଶ୍ୱର: ଗାନ୍ଧିଜୀଙ୍କ ସମ୍ପର୍କରେ ଭୁଲ ତଥ୍ୟ ସମ୍ବୋଳିତ ପୁସ୍ତିକା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ସମ୍ପୃକ୍ତ ସମସ୍ତ ପୁସ୍ତିକା ନଷ୍ଟ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ସବୁ ଡିଇଓ, ଡିପିସି ଓ ବିଇଓମାନଙ୍କୁ ପ୍ରକଳ୍ପ ନିଦେ୍ର୍ଧଶକ ଚିଠି କରିଛନ୍ତି । ସବୁ ସଫ୍ଟ କପି ପ୍ରତ୍ୟାହାର ସହ ସବୁ ପାମ୍ପଲେଟ ଓ କପି ନଷ୍ଟ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ପ୍ରକାଶ ଯେ, ବିଧାନସଭା ଶୀତ ଅଧିବେସନର ତୃତୀୟ ଦିନରେ ଅର୍ଥାତ ଶୁକ୍ରବାର ଗାନ୍ଧିଜୀଙ୍କ ମୃତୁ୍ୟ ଆକସ୍ମିକ ହୋଇଥିବା ଲେଖାକୁ ନେଇ କଡ଼ା ବିରୋଧ କରାଯାଇଥିଲା । ନାଥୁରାମ ପ୍ରସଙ୍ଗରେ ବିଧାନସଭା କମ୍ପିଥିଲା । ଗାନ୍ଧିଜୀଙ୍କ ମୃତୁ୍ୟ ସମ୍ପର୍କିତ ଭୁଲ ତଥ୍ୟକୁ ନେଇ ଗୃହ ସରଗରମ ହୋଇଥିଲା । ତେବେ ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଥିଲେ । ବିଭାଗୀୟ ମନ୍ତ୍ରୀ ଶନିବାର ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇଥିଲେ । ତେବେ ଏ ସମ୍ପର୍କରେ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିବୃତି ରଖିଥିଲେ । ଡକୁ୍ୟମେଣ୍ଟରେ ହୋଇଥିବା ତ୍ରୁଟି ଅନିଚ୍ଛାକୃତ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ । ଏହାଛଡ଼ା ସେ କହିଥିଲେ ଯେ, ଘଟଣାକୁ ବିଭ୍ରାନ୍ତ ଓ ପରିବର୍ତ୍ତନ କରି ଦର୍ଶାଇବା ଉଦେ୍ଧଶ୍ୟ ନଥିଲା । ମାସକ ମଧ୍ୟରେ ପୁନଃମୁଦ୍ରଣ କରି ଲିଫଲେଟ ବଣ୍ଟାଯିବ । ଲିଫଲେଟ ପ୍ରସ୍ତୁତିରେ ସମ୍ପୃକ୍ତ କର୍ମଚାରୀଙ୍କୁ ସେବାନିବୃତ କରାଯିବ । ଏହି ଘଟଣାକୁ ନେଇ ୨ ଜଣ ଅଧିକାରୀଙ୍କୁ ମଧ୍ୟ କୈଫିୟତ ତଲବ କରାଯାଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ