ସତର୍କ କରାଇଲା ଆଇସିଏମ୍ଆର୍, କିଛି ରାଜ୍ୟରେ ତୃତୀୟ ଲହରର ସଂକେତ

ସତର୍କ କରାଇଲା ଆଇସିଏମ୍ଆର୍, କିଛି ରାଜ୍ୟରେ ତୃତୀୟ ଲହରର ସଂକେତ

ସତର୍କ କରାଇଲା ଆଇସିଏମ୍ଆର୍, କିଛି ରାଜ୍ୟରେ ତୃତୀୟ ଲହରର ସଂକେତ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହରରୁ ଭାରତ ମୁକୁଳି ପାରି ନଥିବା ବେଳେ କିଛି ରାଜ୍ୟରେ ତୃତୀୟ ଲହରର ସୂଚନା ମିଳିଲାଣି। ଏପରି କହି ସତର୍କ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର)। ଏବେ ଦେଶର କେତେକ ନିର୍ଦ୍ଧିଷ୍ଟ ରାଜ୍ୟରେ ତୃତୀୟ ଲହରର ଆଗୁଆ ଆଭାସ ଦେଖିବାକୁ ମିଳିଥିବା ଆଇସିଏମଆରର ଡା.ସମୀରନ ପଣ୍ଡା କହିଛନ୍ତି । ଡା.ପଣ୍ଡା କହିଛନ୍ତି, ତୃତୀୟ ଲହର ୨-୩ ମାସ ମଧ୍ୟରେ ଆସିବ ବୋଲି ଭାବିବା ଉଚିତ ନୁହେଁ । କାରଣ କେତେକ ରାଜ୍ୟରେ ଏହା ଯଥେଷ୍ଟ ଆଗରୁ ସଂକେତ ଦେଇସାରିଲାଣି । ବିଶେଷ କରି କେରଳ ଓ ମିଜୋରାମରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଆମକୁ ଏବେଠୁ ସଜାଗ ରହିବାକୁ ପଡ଼ିବ। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଆମେ ଯଦି କୋଭିଡ ନିୟମ ପାଳନ ନ କରିବା ଏବଂ ସବୁଠାରେ ଲୋକଙ୍କ ଗହଳି ଲାଗିରୁହେ, ତେବେ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିଯିବ । ଅନ୍ୟ ପକ୍ଷରେ ତୃତୀୟ ଲହର ତୁଳନାରେ କମ୍ ମାରାତ୍ମକ ହୋଇପାରେ ବୋଲି ଡା.ପଣ୍ଡା ଦର୍ଶାଇଛନ୍ତି । ତାଙ୍କ ମୁତାବକ ଦ୍ୱିତୀୟ ଲହରରେ ଅଧିକ ପ୍ରଭାବିତ ହୋଇନଥିବା ରାଜ୍ୟ ଗୁଡ଼ିକ ତୁରନ୍ତ ଟିକାକରଣ ଅଭିଯାନକୁ ବ୍ୟାପକ କରିବା ଦରକାର । ସେମାନେ ଆଗୁଆ କୋଭିଡ କଟକଣା ହଟାଇବା ଉଚିତ ନୁହେଁ ।