କାରରେ ଭାସିଗଲା ୫ ଜୀବନ

କାରରେ ଭାସିଗଲା ୫ ଜୀବନ


ତେଲେଙ୍ଗାନା : ତେଲେଙ୍ଗାନାର ବିକାରାବାଦରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି । ଗତରାତିରେ ବନ୍ୟା ଜଳରେ ଏକ କାର ଭାସିଯିବାରୁ ଜଣେ ନବବିବାହିତା ସମେତ ପାଞ୍ଚ ଜଣଙ୍କ ମୃତୁ୍ୟ ଘଟିଛି । ରାତିରେ ଲଗାଣ ବର୍ଷା ଯୋଗୁଁ ମାର୍ପାଲି ରାସ୍ତାରେ ପ୍ରଖର ସ୍ରୋତ ଛୁଟିଥିଲା ଏବଂ ଏହାକୁ ପାର ହେଉଥିବା ସମୟରେ ନବ ବିବାହିତ ଦମ୍ପତିଙ୍କ ସମେତ ୭ ଜଣଙ୍କୁ ନେଇ ଯାଉଥିବା କାର ଭାସି ଯାଇଥିଲା । ଏହି ସମୟରେ କିଛି ସ୍ଥାନୀୟ ଲୋକ କାର୍ କବାଟ ଖୋଲି ବର ନୱାଜ ରେଡ୍ଡୀ ଏବଂ ତାଙ୍କ ଭଉଣୀ ରାଧାମ୍ମାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ଅନ୍ୟମାନଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରି ନଥିଲା। ମତ୍ସ୍ୟଜୀବୀଙ୍କ ସହାୟତାରେ ପୁଲିସ ନବବଧୂ ଓ ଅନ୍ୟମାନଙ୍କ ମୃତଦେହ ଉଦ୍ଧାର କରିଛି । ନୱାଜ ରେଡ୍ଡୀ ଏବଂ ପ୍ରଭାଲିକା ଗତ ୨୬ ତାରିଖରେ ବିବାହ କରିଥିଲେ ।