ଭାସିଗଲା କାର, ନବବଧୂଙ୍କ ସମେତ ୫ ମୃତ
ଭାସିଗଲା କାର, ନବବଧୂଙ୍କ ସମେତ ୫ ମୃତ

ତେଲେଙ୍ଗାନା : ବିବାହ ଶେଷ ପରେ ଫେରୁଥିଲେ ନବଦମ୍ପତି। ନୂଆ ସଂସାର କ’ଣ ଜାଣିବା ପୂର୍ବରୁ ସେମାନଙ୍କ ସ୍ବପ୍ନକୁ ଭସାଇନେଲା ବନ୍ୟାଜଳ। ନବବଧୂଙ୍କ ସମେତ ଭାସିଗଲେ ୫ ଜଣ। ଏପରି ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେଲେଙ୍ଗାନାର ବିକାରାବାଦରେ ଲଗାଣ ବର୍ଷା ଓ ବନ୍ୟାରେ ଘଟିଛି ଏମିତି ବିପର୍ୟ୍ୟୟ। ବନ୍ୟା ଜଳରେ ଏକ କାର ଭାସିଯିବାରୁ ଜଣେ ନବବିବାହିତା ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି । ରାତିରେ ଲଗାଣ ବର୍ଷା ଯୋଗୁଁ ମାର୍ପାଲି ରାସ୍ତାରେ ପ୍ରଖର ସ୍ରୋତ ଛୁଟିଥିଲା ଏବଂ ଏହାକୁ ପାର ହେଉଥିବା ସମୟରେ ନବ ବିବାହିତ ଦମ୍ପତିଙ୍କ ସମେତ ୭ ଜଣଙ୍କୁ ନେଇ ଯାଉଥିବା କାର ଭାସି ଯାଇଥିଲା । ଏହି ସମୟରେ କିଛି ସ୍ଥାନୀୟ ଲୋକ କାର୍ କବାଟ ଖୋଲି ବର ନୱାଜ ରେଡ୍ଡୀ ଏବଂ ତାଙ୍କ ଭଉଣୀ ରାଧାମ୍ମାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରି ନଥିଲା । ମତ୍ସ୍ୟଜୀବୀଙ୍କ ସହାୟତାରେ ପୁଲିସ ନବବଧୂ ଓ ଅନ୍ୟମାନଙ୍କ ମୃତଦେହ ଉଦ୍ଧାର କରିଛି । ନୱାଜ ରେଡ୍ଡୀ ଏବଂ ପ୍ରଭାଲିକା ଗତ ୨୬ ତାରିଖରେ ବିବାହ କରିଥିଲେ ।