ଭୁବନେଶ୍ୱରରେ ସେରୋ ସର୍ଭୋ ଆରମ୍ଭ

ଭୁବନେଶ୍ୱରରେ ସେରୋ ସର୍ଭୋ ଆରମ୍ଭ

ଭୁବନେଶ୍ୱରରେ ସେରୋ ସର୍ଭୋ ଆରମ୍ଭ


ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରୀ ନେଇ ସରକାର ପୂରା ସତର୍କ । ରାଜ୍ୟରେ କରୋନାର ଗଡ଼ ପାଲଟୁଥିବା ଭୁବନେଶ୍ୱରକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରେ ଆଜିଠୁ ସେରୋ ସର୍ଭେ ଆରମ୍ଭ ହୋଇଛି । ଦୁଇଦିନ ଧରି ଏ ସର୍ଭେ ଚାଲିବ । ବିଏମସିର ୱାର୍ଡ ନଂ-୮, ୧୫, ୩୨, ୪୧ ଓ ୬୩ରେ ଏହି ସର୍ଭେ ଚାଲିବ । ଏଇ ୫ ୱାର୍ଡ ପାଇଁ ୫ଜଣ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟର ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ ।