‘ସିଟାଡେଲ’ ର ରିଲିଜ ହେଲା ଟିଜର, ଆକ୍ସନ ଭୂମିକାରେ ପ୍ରିୟଙ୍କା ଚୋପ୍ରା
ମୁମ୍ବାଇ: ଆଗାମୀ ପ୍ରାଇମ୍ ଭିଡିଓ ୱେବ୍ ସିରିଜ୍ 'ସିଟାଡେଲ୍'ର ଟିଜର ରିଲିଜ୍ ହୋଇଛି । ଏଥିରେ ରିଚାର୍ଡ ମ୍ୟାଡେନ୍ ଏବଂ ଷ୍ଟାନଲି ଟୁଚିଙ୍କ ସହ ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିନୟ କରିଛନ୍ତି । ଏହି ଶୋ’ରେ ଆପଣ ଅନେକ ଆକ୍ସନ ଦେଖିବାକୁ ପାଇବେ । ପ୍ରିୟଙ୍କା ନିଜେ ମଧ୍ୟ ଜବରଦସ୍ତ ଆକ୍ସନ୍ ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ । ଏହାପୂର୍ବରୁ ପ୍ରିୟଙ୍କା ସୋ’ରୁ ତାଙ୍କର ପ୍ରଥମ ଲୁକ୍ ମଧ୍ୟ ସେୟାର କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଦୁଇଟି ଏପିସୋଡ୍ ୨୮ ଏପ୍ରିଲରେ ମୁକ୍ତିଲାଭ କରିବ, ୧ ମାର୍ଚ୍ଚରେ ଏହି ମୁଭିର ଟ୍ରେଲର ଦେଖିବାକୁ ମିଳିବ ।




admin 