ସଙ୍ଗରୋଧ କେନ୍ଦ୍ରରେ ‌ଗୋଷ୍ଠୀ ସଂଘର୍ଷ

ସଙ୍ଗରୋଧ କେନ୍ଦ୍ରରେ ‌ଗୋଷ୍ଠୀ ସଂଘର୍ଷ

ସଙ୍ଗରୋଧ କେନ୍ଦ୍ରରେ ‌ଗୋଷ୍ଠୀ ସଂଘର୍ଷ
ଜଗନ୍ନାଥପ୍ରସାଦ ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ସୁରଟ ଫେରନ୍ତା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ସଂଘର୍ଷରେ ୩ ଜଣଙ୍କର ମୁଣ୍ଡ ଫାଟିଛି । ଘଟଣାସ୍ଥଳରେ ପୋଲିସ ପଂହଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ୨ ତାରିଖ ରାତିରେ ସୁରଟରୁ ବସରେ ୯୭ ଜଣ ଯାତ୍ରୀ ଫେରିଥିଲେ । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରେ ଦୁଇ ଗୋଷ୍ଠୀ ଭିନ୍ନ ଭିନ୍ନ ରହିଥିଲେ । କିଛି କଥାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଟିଏ ଗୋଷ୍ଠୀ ଆଉ ଏକ ଗୋଷ୍ଠୀକୁ ବାଡେଇଥିଲେ । ଏ ନେଇ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ପଂହଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।