ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ
କାର୍ତ୍ତିକ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁମାନଙ୍କର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୁଏ । କିମ୍ବଦନ୍ତୀ ଅନୁଯାୟୀ ମଥୁରାରୁ ଗୋପ ଆସିଥିବା ଅକ୍ରୁରଙ୍କୁ ଶ୍ରୀକୃଷ୍ଣ ବାଙ୍କଚୂଡା ବେଶରେ ଦର୍ଶନ ଦେଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ କେଉଁ କାଳରୁ ଏହି ବେଶ କରାଯାଉଛି । ଏହି ବେଶରେ ମହାପ୍ରଭୁମାନେ ଅପେକ୍ଷାକୃତ କ୍ଷୁଦ୍ରାକୃତି ଦିଶନ୍ତି । ଅତିବଡ଼ୀ ସମ୍ପ୍ରଦାୟର ଭକ୍ତ ଶ୍ରଦ୍ଧାଳୁଙ୍କର ଏହି ବେଶ ଅତି ପ୍ରିୟ । ଲକ୍ଷ୍ମୀ ନାରାୟଣ ବା ଠିଆକିଆ ବେଶ ସହ ବାଙ୍କଚୂଡା ବେଶ ପ୍ରାୟ ସମାନ । ମୁଖ୍ୟ ପରିବର୍ତ୍ତନ ମୁକୁଟରେ ହୋଇଥାଏ । ଆଜି ମଧ୍ୟ ଗରୁଡ଼ ଉତଥାପନ ଦ୍ୱାଦଶୀ ।