ବିଜେବି କଲେଜ ଛାତ୍ରୀଙ୍କ ନିଆରା ଢଙ୍ଗରେ ରକ୍ଷା ବନ୍ଧନ

ବିଜେବି କଲେଜ ଛାତ୍ରୀଙ୍କ ନିଆରା ଢଙ୍ଗରେ ରକ୍ଷା ବନ୍ଧନ

ବିଜେବି କଲେଜ ଛାତ୍ରୀଙ୍କ ନିଆରା ଢଙ୍ଗରେ ରକ୍ଷା ବନ୍ଧନ
ଭୁବନେଶ୍ୱର:(ପ୍ରଭାତ କୁମାର ବେହେରା):ଭଉଣୀ ପବିତ୍ର ଡୋରୀର ରାଖିକୁ ଭାଇ ହାତରେ ବାନେ୍ଧ । ବିପଦରୁ ରକ୍ଷା ପାଇଁ ଭାଇ ପାଖରେ ଅଳି କରେ । ଆଉ ଭାଇର ସୁଖଶାନ୍ତି ଓ ଦୀର୍ଘାୟୁ ମନାସି ଠାକୁରଙ୍କ ପାଖରେ ପ୍ରାର୍ଥନା କରେ । ରାଖି ବନ୍ଧନ ପରମ୍ପରା ଠାକୁରଙ୍କ ପାଖରେ ବି ଦେଖାଯାଏ । ରାଖିର ଅର୍ଥ ସୁରକ୍ଷାକୁ ବୁଝାଇଥାଏ । ସେହି ସୁରକ୍ଷା ଦୃଷ୍ଟିରୁ ବିଜେବି କଲେଜ ଛାତ୍ରୀମାନେ ଆମକୁ ସୁରକ୍ଷା ଦେଉଥିବା ସୁରକ୍ଷା ଅଧିକାରୀମାନଙ୍କୁ ରାଖି ବାନ୍ଧିଛନ୍ତି । ଏବର୍ଷ ବିଜେବି କଲେଜ ଛାତ୍ରୀମାନେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରିଛନ୍ତି । ଭୁବନେଶ୍ବର ବିଜେବି ସ୍ଵଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ମାନେ ବିଜୟା ଢାଲି ଓ ସାଇ ରଞ୍ଜନ ବେହେରାଙ୍କ ନେତୃତ୍ଵରେ ଆଇନଜୀବୀ , କମିଶନରେଟ ପୋଲିସ, ଟ୍ରାଫିକ ପୋଲିସ ଷ୍ଟେସନ ଓ ଅଗ୍ନିଶ୍ରମ କେନ୍ଦ୍ର କୁ ଯାଇ ସମାଜର ସୁରକ୍ଷା ନିମନ୍ତେ ହାତରେ ରାଖୀ ବାନ୍ଧି ଏକ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରିଛନ୍ତି