ଶ୍ରୀମନ୍ଦିର, କୋଣାର୍କ ଦର୍ଶନ କଲେ କପିଲ

ଶ୍ରୀମନ୍ଦିର, କୋଣାର୍କ ଦର୍ଶନ କଲେ କପିଲ

ଶ୍ରୀମନ୍ଦିର, କୋଣାର୍କ ଦର୍ଶନ କଲେ କପିଲ

ପୁରୀ: ହାସ୍ୟ ଅଭିନେତା କପିଳ ଶର୍ମା ସୋମବାର ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି । କପିଳ ଶର୍ମା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ସେବାୟତମାନେ ତାଙ୍କୁ ସ୍ବାଗତ କରିଥିଲେ ।ମହାପ୍ରଭୁଙ୍କୁ ଦର୍ଶନ କଲେ କମେଡି କିଙ୍ଗ କପିଲ ଶର୍ମାକପିଳ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ବେଢ଼ା ଭିତରେ ବୁଲିବା ସହ ବିଭିନ୍ନ ପାର୍ଶ୍ୱ ଦେବାଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜା କରିଥିଲେ। ସେ ଶ୍ରୀଜୀଉଙ୍କ ଦର୍ଶନ କରି ବେଶ ପ୍ରସନ୍ନ ଅନୁଭବ କରିଥିବା କଥା କହିଛନ୍ତି । ଶ୍ରୀମନ୍ଦିରକୁ କପିଳ ଶର୍ମା ଆସିଥିବା କଥା ଜଣାପଡ଼ିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକ ବେଶ ଭିଡ଼ ଜମିଥିଲା । ଏହାସହ କପିଲ କୋଣାର୍କ ମନ୍ଦିର ବି ବୁଲି ଦେଖିଛନ୍ତି।

ଗତ କିଛିଦିନ ହେବ ଓଡ଼ିଶାରେ ଅଛନ୍ତି କମେଡି କିଙ୍ଗ କପିଲ ଶର୍ମା । ବଲିଉଡ ଫିଲ୍ମ ମେକର ନନ୍ଦିତା ଦାସଙ୍କ ସହ ଏକ ଚଳଚିତ୍ର ସୁଟିଂ କରୁଥିବା କଥା ଜଣା ପଡ଼ିଛି ।