ଶ୍ରୀଜଗନ୍ନାଥଙ୍କ ଜମି ବିକି୍ର ଖବର ମିଛ

ଶ୍ରୀଜଗନ୍ନାଥଙ୍କ ଜମି ବିକି୍ର ଖବର ମିଛ

ଶ୍ରୀଜଗନ୍ନାଥଙ୍କ ଜମି ବିକି୍ର ଖବର ମିଛ
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକି୍ର ହୋଇନାହିଁ । ଏ ସମ୍ପର୍କରେ ଯେଉଁ ଖବର ପ୍ରସାରିତ ଓ ପ୍ରକାଶିତ ହୋଇଛି, ତାହା ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା । ଏହା ଦର୍ଶାଇଛି ଶ୍ରୀମନ୍ଦିର ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଦୀର୍ଘଦିନରୁ ଅନେକ ଲୋକଙ୍କ କବଜାରେ ଥିଲା । ଏହି ଜମିକୁ ମନ୍ଦିର କମିଟି ଦ୍ୱାରା ଏକୀକୃତ ନୀତି ଦ୍ୱାରା ବନେ୍ଦାବସ୍ତ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ଜମିକୁ ସୁରକ୍ଷା ଦେବା ପାଇଁ ୨୦୦୩ ରେ ୟୁନିଫାଇଡ ପଲିସି ଅଣାଯାଇଥିଲା । ଜମି ବନେ୍ଦାବସ୍ତ ପ୍ରକି୍ରୟାରେ ସ୍ୱଚ୍ଛତା ଓ ସମାନତା ଆଣିବା ଏହାର ଲକ୍ଷ୍ୟ । ୨୦୦୧ ରୁ ୨୦୧୦ ମଧ୍ୟରେ ୨୯୧ ଏକର ଜମିକୁ ବନେ୍ଦାବସ୍ତ କରାଯାଇଛି । ୨୦୧୧ ରୁ ୨୦୨୧ ମଧ୍ୟରେ ୯୬ ଏକର ଜମି ବନେ୍ଦାବସ୍ତ ହୋଇଛି । ଲୋକଙ୍କ ସ୍ୱାର୍ଥକୁ ନଜରରେ ରଖି ଏହି ଜମିରେ ରାସ୍ତା, ସ୍କୁଲ ଓ ମେଡିକାଲ କଲେଜ ଆଦି କରାଯାଇଛି । ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଜଗନ୍ନାଥ ମନ୍ଦିର କମିଟିର ନିଷ୍ପତ୍ତି କ୍ରମେ ଉନ୍ନତିମୂଳକ ପ୍ରକଳ୍ପର ଭିତ୍ତିଭୂମି ବିକାଶ ପାଇଁ ଏ ଜମି ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆହୁରି କୁହାଯାଇଛି, ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକି୍ର ନେଇ ଯେଉଁ ଖବର ପ୍ରକାଶ ଓ ପ୍ରସାରଣ କରାଯାଉଛି, ସେଥିରେ ଆଦୌ ସତ୍ୟତା ନାହିଁ । ଜଗନ୍ନାଥ ମହାପ୍ରଭୁଙ୍କ ଜମି ବିକି୍ର ହୋଇନି କିମ୍ବା ଆଗକୁ ବିକି୍ର ହେବାର ମଧ୍ୟ ନାହିଁ । ତେଣୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତଗଣ ଏଭଳି ମିଛ ଖବରରେ ବିଭ୍ରାନ୍ତ ନ ହେବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା.କି୍ରଷନ କୁମାର ଅନୁରୋଧ କରିଛନ୍ତି ।