ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ

ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ

ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ

 

ଭୁବନେଶ୍ୱର: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିଳମ୍ବିତ ରାତିରେ ଓଡ଼ିଶା ଗସ୍ତରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅମିତ ଶାହ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ପୂଜାର୍ଚ୍ଚପା କରିବା ସହ ଜଳାଭିଷେକ କରିଛନ୍ତି । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସାରି ବିଜେପି ସଭାପତି ସମୀର ମହାନ୍ତିଙ୍କ ଘରେ ଜଳପାନ କରିବେ ବୋଲି ସୂଚନା ମିଳିଛି । ଏହାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଭୁବନେଶ୍ୱରରୁ କଟକ ସଡ଼କ ପଥରେ ଯିବେ । ଏଥିପାଇଁ ଦୁଇ ସହରରେ ଏବଂ ଜାତୀୟ ରାଜପଥ-୧୬ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

କଟକର ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବେ । ପୂର୍ବାହ୍ନ ୧୧ଟାରେ ଇନଡେ଼ାର ଷ୍ଟାଡ଼ିୟମରେ ପ୍ରଜାତନ୍ତ୍ର ଖବରକାଗଜର ୭୫ତମ ପ୍ରତିଷ୍ଠା ଦିବସରେ ସାମିଲ ହେବେ  । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  ଅପରାହ୍ନ ୧ଟାରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ  । ଅପରାହ୍ନ ୪ଟା ୩୦ରେ ମେ’ ଫେୟାର କନଭେନସନରେ ‘ମୋଦି ଆଟ ଦ ରେଟ ଅଫ ୨୦: ଡ଼୍ରିମ୍ସ ମିଟ ଡେ଼ଲିଭରି’ ପୁସ୍ତକର ଓଡ଼ିଶା ଚାପ୍ଟରର ଲୋକାର୍ପଣ କରି ସଂଧ୍ୟା ୬ଟାରେ ଦିଲ୍ଲୀ ଫେରିଯିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ।