ଶୀଘ୍ର ବୁଷ୍ଟର ଡୋଜ ନିଅନ୍ତୁ : ଭାରତୀୟ ଡାକ୍ର ସଂଘ

ଶୀଘ୍ର ବୁଷ୍ଟର ଡୋଜ ନିଅନ୍ତୁ : ଭାରତୀୟ ଡାକ୍ର ସଂଘ

ଶୀଘ୍ର ବୁଷ୍ଟର ଡୋଜ ନିଅନ୍ତୁ : ଭାରତୀୟ ଡାକ୍ର ସଂଘ


ନୂଆଦିଲ୍ଲୀ : ତୁରନ୍ତ ପୁରୁଣା କୋଭିଡତ ନିୟମାବଳି ପାଳନ ଆରମ୍ଭ କରିବାକୁ ଭାରତୀୟ ମେଡିକାଲ ଆସୋସିଏସନ ଜନତାଙ୍କୁ ନିବେଦନ କରିଛି । ଏକ ଉପଦେଶନାମାରେ ସଂଘ କହିଛି, କେତେକ ଦେଶରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଥିବାରୁ କୋଭିଡ-୧୯ର ପ୍ରଥମ ଓ ଦ୍ୱିତୀୟ ଲହରରେ ଆମେ ଯେଉଁସବୁ ନିୟମାବଳି ପାଳନ କରୁଥିଲୁ ତତ୍କାଳ ତାହା ପୁନଶ୍ଚ ପାଳନ ଆରମ୍ଭ କରିବାର ଆବଶ୍ୟକତା ଦେଖାଦେଇଛି । ଏଣୁ ଜନଗହଳୀ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ନିୟମିତଭାବେ ସାବୁନରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶାବଳରେ ସଂଘ ପରାମର୍ଶ ଦେଇଛି । ବିବାହ, ବ୍ରତ, ସାମାଜିକ ବା ରାଜନୈତିକ ସଭା, ବିଦେଶଯାତ୍ରା ଆଦିଠାରୁ ଯଥାମସ୍‌ଭବ ଦୂରରେ ରହିବାକୁ ଆଇଏମଏପରାମର୍ଶ ଦେଇଛି । ଯଦି କାହାର ତଣ୍ଟି ଦରଜ, ଜ୍ୱର, କାଶ ବା ତରଳ ଝାଡା ଆଦି ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ଯେଉଁମାନେ ବୁଷ୍ଟର ଡୋଜ ନେଇ ନାହାନ୍ତି ସେମାନେ ତୁରନ୍ତ ଏହା ନେବା ପାଇଁ ସଂଘ ପକ୍ଷରୁ କୁହାଯାଇଛି ।


ସୂଚନାଥାଉକି, ଗତ ୨୪ଘଣ୍ଟା ଭିତରେ ଆମେରିକା, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ ଓ ବ୍ରାଜିଲରେ ମୋଟ ୫.୩୭ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଭାରତରେ ୧୪୫ଟି ନୂଆ ମାମଲା ଦୃଷ୍ଟିଗୋଚର ହୋଇଛି । ଚୀନରେ ସମ୍ପ୍ରତି ଆତଙ୍କ ସୃଷ୍ଟି କରିଥିବା ବିଏଫ.୭ ଭାରିଆଣ୍ଟର ୪ଟି ମାମଲା ଭାରତରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏବଂ ବାଚସ୍ପତି ଓମ ବିର୍ଲା ମଧ୍ୟ ପାର୍ଲାମେଣ୍ଟରେ ସମସ୍ତଙ୍କୁ କୋଭିଡ ନିୟମାବଳୀ ପାଳନ କରିବାକୁ ଅନୁରୋଧ କରିଥିଲେ ।