ଶିଶୁ ପେଟରେ ୫୨ ମ୍ୟାଗ୍ନେଟିକ୍ ବଲ୍
ଶିଶୁ ପେଟରେ ୫୨ ମ୍ୟାଗ୍ନେଟିକ୍ ବଲ୍
ଜଣେ ୫ ବର୍ଷୀୟ ବାଳକର ପେଟରୁ ଅପରେସନ୍ ଦ୍ୱାରା ୫୦ଟି ଚୁମ୍ବକୀୟ ବଲ୍ ବାହାର କରାଯାଇଛି । ଘଟଣାଟି ଏବେ ଚର୍ଚ୍ଚାର ବିକ୍ଷୟ ହୋଇଛି । ଜ୍ୟୁଡ ଫୋଲି ନାମକ ଏହି ବାଳ କ ଗତ ଅଗଷ୍ଟ ମାସରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରଥମେ ଡାକ୍ତରମାନେ ଏହାକୁ ଗମ୍ଭୀର ସମସ୍ୟା ନୁହେଁ ବୋଲି କହିଥିଲେ । କିନ୍ତୁ ପେଟ ଯନ୍ତ୍ରଣା ବଢିବା ପରେ ମା’ ଲିଣ୍ଡ୍ସି ଜ୍ୟୁଡଙ୍କୁ ମର୍ଥିର ଟାଇଡଫିଲ୍ ସ୍ଥିତ ପ୍ରିନ୍ସ ଚାର୍ଲସ ହସ୍ପିଟାଲକୁ ନେଲେ । ପ୍ରାଥମିକ ରକ୍ତ ପରୀକ୍ଷାରୁ କିଛି ଅସାମାନ୍ୟ ଜଣାପଡିଲା ନାହିଁ । କିନ୍ତୁ ଏକ୍ସ-ରେ ପରେ ଜ୍ୟୁଡଙ୍କ ପେଟରେ ହାର ଆକୃତିର କିଛି ବସ୍ତୁ ସ୍ପଷ୍ଟ ଦେଖିବାକୁ ମିଳିଲା । ତାଙ୍କ ପେଟରେ ୫୨ଟି ମ୍ୟାଗ୍ନେଟିକ୍ ବଲ ଥିବା ଜଣାପଡିଥିଲା । ଏହି ବଲ ଗୁଡିକ ମୁଦି ଭଳି ରହିଥିଲା । ତା’ପରେ ଜ୍ୟୁଡଙ୍କୁ କାର୍ଡିଫ ସ୍ଥିତ ନୋଆସ୍ ଆର୍କ ଚିଲିଡ୍ରେନ୍ ହସ୍ପିଟାଲ ଅଫ େଓ୍ଲ୍ସକୁ ନିଆଗଲା । ସେଠାରେ ଜଟିଳ ଅପରେସନ୍ ଜରିଆରେ ସୁରକ୍ଷିତ ଭାବେ ତାଙ୍କ ପେଟରୁ ବଲଗୁଡିକ ବାହାର କରାଗଲା ।
ମ୍ୟାଗ୍ନେଟଗୁଡିକ ଛନ୍ଦି ହୋଇଥିବାରୁ ଡାକ୍ତରଙ୍କୁ ଜ୍ୟୁଡଙ୍କ ପେଟର ୫ଟି ସ୍ଥାନକୁ କାଟିବାକୁ ପଡିଥିଲା । ଗୋଟିଏ ମ୍ୟାଗ୍ନେଟିକ ବଲ ଆପେଣ୍ଡିକ୍ସକୁ ବାୱେଲ ସହିତ ଯୋଡୁଥିବାରୁ ଜ୍ୟୁଡଙ୍କ ଆପେଣ୍ଡିକ୍ସକୁ ମଧ୍ୟ ବାହାର କରିବାକୁ ପଡିଥିଲା । ଦୀର୍ଘ ୨ଘଣ୍ଟାର ଜଟିଳ ଅପରେସନ୍ ପରେ ଜ୍ୟୁଡଙ୍କ ପେଟରୁ ସମସ୍ତ ୫୨ ବଲ୍ ବାହାର କରାଗଲା । ସେ ଭାଗ୍ୟଶାଳୀ ଯେ, ଏଥିପାଇଁ ତାଙ୍କର କୌଣସି କ୍ଷତି ହୋଇନାହିଁ । କିନ୍ତୁ ଏଥିରେ ତାଙ୍କ ଜୀବନ ଯିବାର ଭୟ ଥିଲା ବୋଲି ଡାକ୍ତର କହିଛନ୍ତି ।




admin 