ଘରୋଇ ବସ୍ ବନ୍ଦ କରିବାକୁ ଚେତାବନୀ

ଘରୋଇ ବସ୍ ବନ୍ଦ କରିବାକୁ ଚେତାବନୀ

ଘରୋଇ ବସ୍ ବନ୍ଦ କରିବାକୁ ଚେତାବନୀ

ଭୁବନେଶ୍ୱର:  ବିଭିନ୍ନ ଦାବି ନେଇ ବସ୍ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏନେଇ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ନିଷ୍ପତି ହୋଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଉଥିବା ସ୍କ୍ରାପିଂ ପଲିସିକୁ ବିରୋଧ, ପରିବହନ କମିଶନର ବସ ଚଳାଇବା ପାଇଁ ନିର୍ଦ୍ଧାରିତ ସମୟ ସୀମା ଅନୁସାରେ ଫିଟ୍ ଗାଡିକୁ ପରମିଟ ନମିଳିବା ଆଦି ୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ କହିଛି ବସ୍ ମାଲିକ ସଂଘ ।
ଏନେଇ ୨୦୨୦ରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି କୌଣସି ସମାଧାନର ବାଟ ବାହାରି ପାରିନଥିଲା । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ । ତେବେ ଜାନୁଆରୀ ୧୬ ଭିତରେ ଯଦି ସରକାର ସମସ୍ତ ଦାବି ପୂରଣ ନକରନ୍ତି ତେବେ୧୭ ତାରିଖରେ ରାଜ୍ୟର ସମସ୍ତ ଘରୋଇ ବସ୍ ବନ୍ଦ କରିବାକୁ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।