ଶିକ୍ଷୟିତ୍ରୀରୁ ମିସେସ୍ ୱାର୍ଲ୍ଡ ହେଲେ ସରଗମ କୌଶଲ

ଶିକ୍ଷୟିତ୍ରୀରୁ ମିସେସ୍ ୱାର୍ଲ୍ଡ ହେଲେ ସରଗମ କୌଶଲ

ଶିକ୍ଷୟିତ୍ରୀରୁ ମିସେସ୍ ୱାର୍ଲ୍ଡ ହେଲେ ସରଗମ କୌଶଲ


ଭାରତ ପାଇଁ ଆଉ ଏକ ଆଖ୍ୟା ଆଣିଦେଇଛନ୍ତି ସରଗମ କୌଶଲ । ୨୧ବର୍ଷ ପରେ ଭାରତକୁ ମିଳିଛି ମିସେସ୍ ୱାର୍ଲ୍ଡ ମୁକୁଟ । ଆମେରିକାରେ ଲସ୍ ଭେଗାସରେ ଆୟୋଜିତ ମିସେସ୍ ୱାର୍ଲ୍ଡ ୨୦୨୨-୨୩ ପିଜାଣ୍ଟରେ ସରଗମ ବିଜୟିନୀ ହୋଇଛନ୍ତି । ଏନେଇ ମିସେସ ଇଣ୍ଡିଆ ପିଜାଣ୍ଟ ପକ୍ଷରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରାଯାଇଛି । ଏଥିରେ ଲେଖାଯାଇଛି, ‘ଦୀର୍ଘ ବର୍ଷର ଅପେକ୍ଷା ଶେଷ । ୨୧ ବର୍ଷ ପରେ କ୍ରାଉନ ଫେରିଛି’ । ସରଗମଙ୍କ ଘର ଜମ୍ମୁକାଶ୍ମୀରରେ । ଟାଇଟଲ ଜିତିବା ପରେ ସେ ଏକ ଇମୋସନାଲ ପୋଷ୍ଟ କରି ଏହି ବିଜୟ ପାଇଁ ନିଜର ଖୁସି ଜାହିର କରିଛନ୍ତି । ସେ ଇଂରାଜୀରେ ପିଜି କରିଛନ୍ତି । ପୂର୍ବରୁ ସେ ଭାଇଜାକରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ସ୍ୱାମୀ ଭାରତୀୟ ନୌସେନାରେ କାର୍ଯ୍ୟରତ ।

ବିବାହିତ ମହିଳାଙ୍କ ପାଇଁ ମିସେସ୍ ୱାର୍ଲ୍ଡ ପ୍ରଥମ ସୁନ୍ଦରୀ ପ୍ରତିଯୋଗିତା । ୧୯୮୬ରେ ଏହାର ପରିକଳ୍ପନା କରାଯାଇଥିଲା । ଏହାର ମୂଳ ମିସେସ୍ ଆମେରିକା ପିଜାଣ୍ଟସହ ଜଡିତ । ପୂର୍ବରୁ ଏହି ପ୍ରତିଯୋଗିତାର  ନାକ ମିସେସ୍ ଓମ୍ୟାନ ଅଫ ଦ ୱାର୍ଲ୍ଡ ରଖାଯାଇଥିଲା । ଦୀର୍ଘ ବର୍ଷ ହେଲା ପ୍ରାୟ ୮୦ଟି ଦେଶର ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି । ତେବେ ଅଧିକ ସଂଖ୍ୟରେ ଆମେରିକାୟ ମହିଳା ଏହି ପ୍ରତିଯୋଗିତାରେ ଜିତିଛନ୍ତି । ୨୦୦୧ରେ ଭାରତର ଡ଼. ଅଦିତି ଗୋଭିତ୍ରିକର ପ୍ରଥମ ମିସେସ୍ ୱାର୍ଲ୍ଡ କ୍ରାଉନ୍ ଜିତିଥିଲେ । ଏବେ ଅଦିତି ମିସେସ୍ ଇଣ୍ଡିଆ ଇଙ୍କ୍ ୨୦୨୨-୨୩ ବିଚରପତି ରହିଛନ୍ତି । ଟାଇଟଲ ହାସଲ ପରେ ସେ ସରଗମ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶେଷ ରାଉଣ୍ଡରେ ସରଗରମ୍ ଏକ ଗୋଲାପି ରଙ୍ଗର ଗାଉନ ପିନ୍ଧିଥିଲେ ।