ଲୋଭରେ ଫସି କୋଡ଼ିଏ ଲକ୍ଷ ଟଙ୍କା ଠକାମିର ଶିକାର ହେଳେ ବୃଦ୍ଧା
ଲୋଭରେ ଫସି କୋଡ଼ିଏ ଲକ୍ଷ ଟଙ୍କା ଠକାମିର ଶିକାର ହେଳେ ବୃଦ୍ଧା
admin
Oct 17, 2020 - 06:16
Updated: Oct 17, 2020 - 06:16
ପୁରୀ: ଫେସବୁକରେ ସାଙ୍ଗ ହୋଇ ସମ୍ପର୍କ ବଢ଼ାଇ ଜଣେ ବିଦେଶୀ ବୋଲାଉଥିବା ସାଇବର କ୍ରିମିନାଲ ପୁରୀ ସଦର ଥାନା ଲେନର ଜୈନିକା ବୃଦ୍ଧାଙ୍କ ଠାରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି । ଏହି ସାଇବର ଅପରାଧୀର ପରାମର୍ଶ କ୍ରମେ ବିଭିନ୍ନ ଆକାଉଣ୍ଟରୁ ଥର ଥର କରି ଟଙ୍କା ଜମା କରି ଫସିଯାଇଥିବା ଜାଣିବା ପରେ ଏହି ୮୦ ବର୍ଷୀୟା ବୃଦ୍ଧା ଜଣକ ବାଧ୍ୟ ହୋଇ ଗତ ୧୪ ତାରିଖ ଦିନ କଟକସ୍ଥିତ କ୍ରାଇମବ୍ରାଞ୍ଚ ଅଫିସକୁ ଯାଇ ସେଠାରେ ଲିଖିତ ଅଭିଯୋଗ କରିଛନ୍ତି । କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ ପୁରୀକୁ ଆସି ଏହି ବୃଦ୍ଧାଙ୍କ ଘରେ ଦୀର୍ଘ ତିନି ଘଣ୍ଟା କାଳ ତଦନ୍ତ କରି ଫେରିଛନ୍ତି । ଖବର ନେବାରେ ଜଣାପଡ଼ିଛି, ପୁରୀର ଜଣେ ଜଣାଶୁଣା ଆଇନଜୀବୀଙ୍କ ବିଧବା ବୃଦ୍ଧା ପତ୍ନୀଙ୍କ ସହିତ ଆରନ ଜାକସନ ନାମକ ଜନୈକ ଆମେରିକୀୟ ଯୁବକ ଫେସବୁକରେ ସମ୍ପର୍କ ଯୋଡ଼ିଥିଲେ । ତିନି ମାସ ଧରି ସେମାନେ ଫେସବୁକରେ ସମ୍ପର୍କକୁ ନିବିଡ଼ କରି ଦେଇଥିଲେ । ବୃଦ୍ଧାଙ୍କୁ ଆରନ ମା’ବୋଲି ସମ୍ବୋଧନ କରି ଗତ ସେପ୍ଟେମ୍ବର ୯ ତାରିଖରୁ ହ୍ୱାଟସ ଆପ ମାଧ୍ୟମରେ ଚାଟିଂ ଓ ଭିଡିଓ କଲିଂ କରି କିଛି ଉପହାର ପଠାଉଛନ୍ତି ବୋଲି କହିଥିଲେ । ଏହି ଉପହାର ପ୍ୟାକେଟରେ ମା’ (ବୃଦ୍ଧା)ଙ୍କ ପାଇଁ ୭୭ ଲକ୍ଷ ୪୫ ହଜାର ଟଙ୍କାର ସୁନା, ହୀରା ଅଳଙ୍କା ଓ ପାଉଣ୍ଡ ପଠାଉଥିବା ଆରନ କହିଥିଲେ । ଏହା ପରେ ତାଙ୍କୁ ଆରନ ସେଣ୍ଟ୍ରାଲ ବୋର୍ଡ ଅଫ ଏକ୍ସାଇଜ ଆଣ୍ଡ କଷ୍ଟମସ ବିଭାଗ ପକ୍ଷରୁ ଏକ ଜାଲ ଚିଠି ପଠାଇଥିଲେ । ଚିଠିରେ ଏୟାରପୋର୍ଟରେ ଉପହାରଟି ଅଟକି ଯାଇଥିବା ନେଇ (ଚିଠି)ରେ ସୂଚନା ଆସିଥିଲା । ଏହାକୁ ନେବା ପାଇଁ ଟଙ୍କା ଡିପୋଜିଟ କରିବାକୁ ହେବ ବୋଲି ଆରନ କହିବା ସହିତ କଷ୍ଟମସର ଚିଠି ମଧ୍ୟ ତାଙ୍କ ପାଖକୁ ଆସିଥିଲା । ଆରନ କଥାରେ ଫସି ବୃଦ୍ଧା ଜଣକ କ୍ରମାଗତ ଭାବେ ଲକ୍ଷାଧିକ ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଆକାଉଣ୍ଟରେ ଡିପୋଜିଟ କରିଥିଲେ । ସେହିପରି ଇନକମ ଟ୍ୟାକ୍ସ ଛାଡ଼ କରିବା ପାଇଁ ଗତ ସେପ୍ଟେମ୍ବର ମାସ ୧୯ ତାରିଖ ଦିନ ୭ ଲକ୍ଷ ୫୮ ହଜାର ଟଙ୍କା ମଧ୍ୟ ଡିପୋଜିଟ କରିଥିଲେ । ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ବୃଦ୍ଧା ଜଣକ ଦାଖଲ କରିବା ପରେ ଆରନ ଆଉ ଫୋନ ଧରି ନଥିଲେ । ତେଣୁ ସେ ସାଇବର କ୍ରାଇମରେ ଫସିଯିବା ଜାଣିବା ପରେ ଜଣେ ଆଇନଜୀବୀଙ୍କ ସହାୟତାରେ ସେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିାଊ । ଏହି ବୃଦ୍ଧାଙ୍କ ଲୋଭ ଏତେ ମାତ୍ରାରେ ରହିଥିଲା ଯେ ସେ ପୁରୀର କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଠାରୁ ଟଙ୍କା କରଜରେ ନେଇ ସାଇବର ଅପରାଧୀ ଆରନ କହିଥିବା ଆକାଉଣ୍ଟରେ ଡିପୋଜିଟ କରିଥିଲେ । ଏବେ ଏହି ଟଙ୍କା ହରାଇ ବୃଦ୍ଧ ଜଣକ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେହିପରି ତାଙ୍କୁ ଅଧିକ ସହାୟତା କରିଥିବା ବ୍ୟକ୍ତି ବିଶେଷ ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି ।