ଲୋକାୟୁକ୍ତଙ୍କ ନିକଟରେ ୨ ଆଇଏଏସ ହାଜର

ଲୋକାୟୁକ୍ତଙ୍କ ନିକଟରେ ୨ ଆଇଏଏସ ହାଜର

ଲୋକାୟୁକ୍ତଙ୍କ ନିକଟରେ ୨ ଆଇଏଏସ ହାଜର
ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ଏକ ବଡ଼ ଖବର ସାମାନାକୁ ଆସିଛି । ଲୋକାୟୁକ୍ତଙ୍କ ନିକଟରେ ୨ ଜଣ ବରିଷ୍ଠ ଆଇଏଏସ ପୁଣି ହାଜର ହୋଇଛନ୍ତି । ୨ ଜଣ ବରିଷ୍ଠ ଆଇଏଏସ ହାଜର ହୋଇଥିବା ଏନେଇ ମାମଲାର ଆବେଦନକାରୀ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ପକ୍ଷରୁ ସୂଚନା ମିଳିଛି । କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମ ଦ୍ୱାରା ମାକ୍ସ, ଟେଷ୍ଟିଂଗ କିଟ, ରିଏଲଟାଇମ ପିସିଆର, ରେପିଡ୍ ଟେଷ୍ଟିଂ ମେସିନ, ପିପିଇ, ନେବୁଲାଇଜର, ବାଇପାପ୍ ମେସିନ୍ ଇତ୍ୟାଦି କିଣାରେ ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଗତ ଜୁନ ୧୭ ତାରିଖ ଦିନ ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର କରିଥିଲେ । ପରେ ସେପ୍ଟେମ୍ବର ୧୪ ତାରିଖ ଦିନ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ । ତକ୍ରାଳନୀ କ୍ରୟ କମିଟି ମୁଖ୍ୟ ତଥା ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଯାମିନୀର ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ । ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗର ପକ୍ଷ ରଖିବାକୁ ଉଭୟ ହାଜର ହୋଇଥିଲେ ।