ଲୁଟି ନେଲେ ୧୧ଲକ୍ଷ ଟଙ୍କାର ସୁନା ଗହଣା

ଲୁଟି ନେଲେ ୧୧ଲକ୍ଷ ଟଙ୍କାର ସୁନା ଗହଣା

ଲୁଟି ନେଲେ ୧୧ଲକ୍ଷ ଟଙ୍କାର ସୁନା ଗହଣା
ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଭାରସୁଣ୍ଡି ଗାଁରୁ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୧୧ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ନେଇ ଅଭିଯୋଗ ହୋଇଛି। ୪ ଜଣ ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଛୁରା ମାଡ କରି ସୁନା ଗହଣା ଲୁଟିଛନ୍ତି ବୋଲି ସୂଚନା ମିଳିଛି। ଏନେଇ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଅଞ୍ଚଳରେ ବାରମ୍ବାର ଲୁଟ ଭଳି ଘଟଣା ଘଟୁଥିବାବେଳେ ପୁଲିସ ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହେଉଛି । ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କରାଯିବାକୁ ଦାବି ହେଉଛି ।