କରଞ୍ଜିଆ ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ

କରଞ୍ଜିଆ ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ

କରଞ୍ଜିଆ  ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ
ଭୁବନେଶ୍ୱର: ୪ ଚକିଆ ଗାଡ଼ିରେ ଯାଉଥିଲେ ବିଧାୟିକା । କିନ୍ତୁ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ । ଉତ୍ତ୍ୟକ୍ତ ଲୋକେ ବିଧାୟିକାଙ୍କୁ ଗାଡ଼ିରୁ ଓହ୍ଲାଇ ଚଲାଇ ଚଲାଇ ନେଲେ । ମଭୂରଭଞ୍ଜ ଜିଲ୍ଲା ଦୁଧିଆଣ ରେଞ୍ଜରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ମାସେ ହେବ ଏହି ରେଞ୍ଜରେ ହାତୀ ଉପଦ୍ରବ ଯୋଗୁଁ ଲୋକେ ଅତିଷ୍ଠ ଥିବାବେଳେ ଆଜି ବିଧାୟିକା ଲୋକଙ୍କ ରୋଷର ଶିକାର ହୋଇଛନ୍ତି । ସମ୍ପୃକ୍ତ ବିଧାୟିକା ଜଣକ ହେଉଛନ୍ତି କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ । ପ୍ରକାଶ ଯେ, ଏଠାରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ହାତୀ ଘର ଭାଙ୍ଗୁଛି ତ କେଉଁଠି ଫସଲ ନଷ୍ଟ କରିଦେଉଛି । ହାତୀ ଉପଦ୍ରବ ପ୍ରତିବାଦରେ ସ୍ଥାନୀୟ ଲୋକେ ତାଟ ଠାରେ ଏନଏଚ ଅବରୋଧ କରିଥିଲେ । ତେବେ ସେହି ବାଟ ଦେଇ ସ୍ଥାନୀୟ ବିଧାୟକ ବାସନ୍ତୀ ହେମ୍ବ୍ରମ ଯାଉଥିବାବେଳେ ଲୋକେ ତାଙ୍କୁ ଅଟକାଇଥିଲେ । ବିଧାୟିକାଙ୍କୁ ଗାଡ଼ିରେ ଓହ୍ଲାଇ ରାସ୍ତାରେ ଚଲାଇ ଚଲାଇ ନେଇ ଫସଲ ନଷ୍ଟ ଦେଖାଇଥିଲେ । କେବଳ ବିଧାୟିକାଙ୍କୁ ନୁହେଁ ଉତ୍ତ୍ୟକ୍ତ ଲୋକେ ଏସିଏଫ ଓ ରେଞ୍ଜ ଅଧିକାରୀଙ୍କୁ ବି ଚଲାଇଲେ ।