ପରେଡ ଅଭ୍ୟାସ ପାଇଁ କେଉଁଠି ରାସ୍ତା ବନ୍ଦ ରହିବ ଜାଣି ରଖନ୍ତୁ

ପରେଡ ଅଭ୍ୟାସ ପାଇଁ କେଉଁଠି ରାସ୍ତା ବନ୍ଦ ରହିବ ଜାଣି ରଖନ୍ତୁ

ପରେଡ ଅଭ୍ୟାସ ପାଇଁ କେଉଁଠି ରାସ୍ତା ବନ୍ଦ ରହିବ ଜାଣି ରଖନ୍ତୁ
ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପରେଡ ଅଭ୍ୟାସ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ କଟକଣା ଲାଗୁ ହୋଇଛି । ପରେଡ୍‌ ଅଭ୍ୟାସ ପାଇଁ ଶୁକ୍ରବାର ଅପରାହ୍ଣ ୨ ଟା ୩୦ରୁ ୫ ଟା ମଧ୍ୟରେ ମଧ୍ୟ ବିଭିନ୍ନ ରାସ୍ତାକୁ ବନ୍ଦ କରି ଦିଆଯିବ। ଗାନ୍ଧୀମାର୍ଗକୁ କୌଣସି ଗାଡ଼ି ଆସିବାକୁ ଦିଆଯିବନି । ଜନପଥରେ ଟ୍ରାଫିକ୍‌ ସ୍ୱାଭାବିକ ଭାବେ ଚଳାଚଳ କରିବ । କିନ୍ତୁ ମାଷ୍ଟର କ୍ୟାଣ୍ଟିନ୍‌ ଠାରୁ ଗାନ୍ଧୀମାର୍ଗକୁ କୌଣସି ଗାଡ଼ି ଯିବାକୁ ଅନୁମତି ଦିଆଯିବ ନାହିଁ । ସଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏମ୍‌ଜି ପଟକୁ ଆସୁଥିବା ଗାଡ଼ି ଗୁଡ଼ିକ ରବିନ୍ଦ୍ର ମଣ୍ଡପ ପୂର୍ବରୁ ବାମ ପଟକୁ ବୁଲିବେ । ସେମାନଙ୍କୁ ସଚିବାଳୟମାର୍ଗକୁ ଆସିବା ପାଇଁ ଦିଆଯିବ ନାହିଁ । ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଗାଡ଼ି ଗୁଡ଼ିକ ଇନ୍ଦିରା ପାର୍କ ପୂର୍ବରୁ ଡାହଣକୁ ମୋଡ଼ିବେ। ୧୨୦ ବାଟାଲିୟନରୁ ରବିନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡ଼ି ଗୁଡ଼ିକ ଏମ୍‌ଏଲ୍‌ଏ କଲୋନୀ ମୋଡ଼ରେ ବାମକୁ ଯିବେ । ୨୬ ତାରିଖ ଦିନ ସକାଳ ୭ରୁ ୧୦ ଟା ପର୍ୟ୍ୟନ୍ତ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି କମିଶନରେଟ୍‌ ପୁଲିସ୍‌ ନିର୍ଦ୍ଦେଶନାମା ଜାରି କରିଛି । ଏହାକୁ ଯିଏ ଉଲ୍ଲଘଂନ କରିବ ତା’ଠାରୁ ଏକ ହଜାରରୁ ୫ ହଜାର ଟଙ୍କା ଫାଇନ୍‌ ଆଦାୟ କରାଯିବ ।