ଲାଇନଚ୍ୟୁତ ଗୋଦାବରୀ ଏକ୍ସପ୍ରେସ

ଲାଇନଚ୍ୟୁତ ଗୋଦାବରୀ ଏକ୍ସପ୍ରେସ

ଲାଇନଚ୍ୟୁତ  ଗୋଦାବରୀ ଏକ୍ସପ୍ରେସ

ନୂଆଦିଲ୍ଲୀ: ବିଶାଖାପାଟନାମରୁ ସିକନ୍ଦ୍ରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସ ବୁଧବାର ଲାଇନଚ୍ୟୁତ ହୋଇଛି। ବିବିନଗରରୁ ଘଟକେଶ୍ୱର ମଧ୍ୟରେ ୬ଟି କୋଚ ଲାଇନଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ମୃତାହତଙ୍କ ସୂଚନା ମିଳି ନାହିଁ। ଦୁର୍ଘଟଣା ପରେ ଉକ୍ତ ରେଳଲାଇନରେ ଭୟପଟୁ ବହୁ ଟ୍ରେନକୁ ବାତିଲ କରାଯାଇଛି। ଖବର ପାଇ ରେଲୱେର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରା ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ସେହିପରି ମରାମିତି କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି। ଏହା ପୂର୍ବରୁ ଗତ ୩ ତାରିଖରେ ବାଚଲିରୁ କୋତାଭାଲସା ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍‌ କୋତାଭାଲସା-କିରଣ୍ଡୁଲ ଲାଇନର ଶିବଲିଙ୍ଗପୁରମ୍‌ ପୂର୍ବରୁ ରହିଥିବା ୭ନମ୍ବର ଟନେଲ୍‌ ନିକଟରେ ଲାଇନଚ୍ୟୁତ ହୋଇଥିଲା ।