ଲଖିମିପୁର ହତ୍ୟା ମାମଲାରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ
ଲଖିମିପୁର ହତ୍ୟା ମାମଲାରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ

ନୂଆଦିଲ୍ଲୀ: ଲଖିମପୁର ଖେରି ମାମଲାରେ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ରାହୁଲଙ୍କ ନେତୃତ୍ବରେ ପ୍ରିୟଙ୍କା ଗାନ୍ଧୀ, ଗୁଲାମନବୀ ଆଜାଦ ପ୍ରମଖ ଏହି ପ୍ରତିନିଧି ମଣ୍ଡଳରେ ସାମିଲ ହୋଇ ରାଷ୍ଟ୍ରପତିଙ୍କୁ ଭେଟି ସେମାନଙ୍କ ଦାବି ରଖିଛନ୍ତି। ଏହି ଘଟଣାରେ କେନ୍ଦ୍ରୀୟ ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ଏହି ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ଘଟଣାରେ ଉତ୍ତରପ୍ରଦେଶ ପୁଲିସ ଅଜୟ ମିଶ୍ରଙ୍କ ପୁଅକୁ ଗିରଫ କରିଛି। ଅନ୍ୟପକ୍ଷରେ ଆଜି ଅନ୍ୟତମ ଅଭିଯୁକ୍ତ ଅଙ୍କିତ ଦାସ କ୍ରାଇମ୍ବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି। ଏହି ଘଟଣାରେ କ୍ରାଇମ୍ବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବେ।