ରୋଷେଇ ଘର ସଫାର ଦାୟିତ୍ୱ

ରୋଷେଇ ଘର ସଫାର ଦାୟିତ୍ୱ

ରୋଷେଇ ଘର ସଫାର ଦାୟିତ୍ୱ
ଅନ୍ୟ ପର୍ବ ତୁଳନାରେ ଦୀପାବଳି ପର୍ବ ପ୍ରତି ଆମେ ଅଧିକ ସଚେତନ । ଆଲୋକର ଏଇ ପର୍ବ ନିମନ୍ତେ ପୂଜା ଝରର ସଫେଇ ନେଇ ଗୃହିଣୀମାନେ ଚିନ୍ତିତ ହୋଇଯାନ୍ତି । ତେବେ ବ୍ୟତିବ୍ୟସ୍ତ ନ ହୋଇ ବରଂ ଏକ ତାଲିକା ପ୍ରସ୍ତୁତ କରି କାମ ଆରମ୍ଭ କରିବା ଉଚିତ । ପ୍ରଥମେ ରୋଷେଇ ଘରେ ଥିବା ମାଇକ୍ରୋୱେଭ ପ୍ରତି ଦୃଷ୍ଟି ଦିଅନ୍ତୁ । ମାଇକ୍ରୋୱେଭ ପରିଷ୍କାର କରିବା ପାଇଁ ଏକ ପାତ୍ରରେ ପାଣି ନେଇ ସେଥିରେ ୧ ଚାମଚ ହ୍ୱାଇଟ ଭିନେଗାର ମିଶାଇବେ । ଏବେ ସେହି ପାତ୍ରକୁ ମାଇକ୍ରୋୱେଭ ଭିତରେ ରଖି ୫ ମିନିଟ ପର୍ଯ୍ୟନ୍ତ ଅନ୍ କରିବେ । ଏହା ପରେ ଏକ ପରିଷ୍କାର କପଡ଼ାରେ ମାଇକ୍ରୋୱେ ଭିତରକୁ ଭଲ ଭଲ ଭାବେ ପୋଛି ନିଅନ୍ତୁ । କିଛି ସମୟ ପରେ ଗୋଟିଏ ଲେମ୍ବୁକୁ ଦୁଇ ଫାଳ କରି ମାଇକ୍ରୋେଓ୍ବଭ ଭିତରେ ରଖି ୨ ମିନିଟ ଅନ କରିବେ । ଏହା ମାଇକ୍ରୋୱେଭ ପରିଷ୍କାର କରିବା ସହ ଦୁର୍ଗନ୍ଧ ଦୂର କରିବାରେ ସହାୟକ ହୋଇଥାଏ । କାଠ ଆସବାବ ପତ୍ର, ଏକ ଶୁଖିଲା କପଡ଼ାରେ ପ୍ରଥମେ ଭଲ ଭାବେ ପୋଛି ନିଅନ୍ତୁ । ପରେ ୧ କପ୍ ପାଣିରେ ଅଧ ଚାମଚ ଭିନେଗାର ମିଶାଇ ଏହାକୁ ପୋଛିବେ । କିଛି ସମୟ ଆପଣଙ୍କ କାଠ ଆସବାବ ପତ୍ର ଚମକି ଉଠିବ । ଫି୍ରଜ ସଫା କରିବା ନିହାତି ଜରୁରୀ । ପ୍ରଥମେ ଫି୍ରଜରୁ ସମସ୍ତ ଦ୍ରବ୍ୟ ବାହାର କରି ୨ ଘଣ୍ଟା ପାଇଁ ଅଫ୍ କରନ୍ତୁ । ଏବେ ଏକ ପାତ୍ରରେ ପାଣି ନେଇ ସେଥିରେ ଅଧ ଚାମଚ ଲୁଣ ମିଶାଇବେ । କପଡ଼ା ଚିପୁଡ଼ି ଫି୍ରଜକୁ ଭଲରେ ପୋଛି ନିଅନ୍ତୁ ।