ରେଳ ଲାଇନରେ ପଥର ଧସି ୩ ମୃତ
ରେଳ ଲାଇନରେ ପଥର ଧସି ୩ ମୃତ
admin
May 8, 2020 - 08:28
Updated: May 8, 2020 - 08:28
ରାୟଗଡ଼ା: ବିଶାଖାପାଟଣା-ଆରୁକୁ ରେଳ ଲାଇନରେ ୩୧ ନଂ ଟନେଲ ନିକଟରେ ଘଟିଛି ଦୁର୍ଘଟଣା । ରେଳ ଲାଇନ ଉପରେ ପଥର ଧସିବାରୁ ଜଣେ ରେଳ କର୍ମଚାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ଠିକା ଶ୍ରମିକ କାକାରା ବୀରାସ୍ୱାମୀ , ଚୁକା ସୁରୀବାବୁ ଓ ରେଳ କର୍ମଚାରୀ ସୁରେଶ । ଦୁର୍ଘଟଣା ପରେ ଏହି ଲାଇନରେ ରେଳ ଚଳାଚଳ ବନ୍ଦ ରହିଛି ।
ମଙ୍ଗଳବାର ଭୋର ୫ଟାରେ ବୋରା କେଭ-ବିମିଡିପଲ୍ଲୀ ଷ୍ଟେସନ ମଧ୍ୟରେ ପଥର ଧସିଥିଲା । ୩ଟି ବଡ଼ ପଥର ଖସି ରେଳ ଲାଇନ ଉପରେ ପଡ଼ିବା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହେବା ସହ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା । ଖବର ପାଇ ରେଳ କର୍ମଚାର ଓ ୩୦ ଜଣ ଠିକା ଶ୍ରମିକ ମଧ୍ୟାହ୍ନ ୧୨ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଳ ଲାଇନରୁ ପଥର ହଟାଇବା କାମ ଚାଲିଥିବା ସମୟରେ ଅପରାହ୍ନ ସାଢ଼େ ଗୋଟାଏରେ ପୁଣି ପାହାଡ଼ ଉପରୁ ୨ଟି ବଡ଼ ପଥର ଧସିଥିଲା । ଫଳରେ ରେଲୱେ ଟ୍ରାକରେ କାମ କରୁଥିବା ୧୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ସମେତ ରେଳ କର୍ମଚାରୀ ପଥର ତଳେ ଚାପି ହୋଇ ଯାଇଥିଲେ । ଅନ୍ୟ ଶ୍ରମିକମାନେ ଘଟଣା ସମ୍ପର୍କରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସହ ପଥର ତଳେ ଚାପି ହୋଇ ରହିଥିବା ସାଥୀ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ।