ପ୍ରବାସୀଙ୍କ ଆକାଉଣ୍ଟରେ ୫ ହଜାର ଦିଅଯାଉ: ବିଜୟ
ପ୍ରବାସୀଙ୍କ ଆକାଉଣ୍ଟରେ ୫ ହଜାର ଦିଅଯାଉ: ବିଜୟ
admin
May 8, 2020 - 07:57
Updated: May 8, 2020 - 07:57
ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗୁରୁବାର ବାହାରିବାକୁ ଥିବା ୩ଟି ଟ୍ରେନକୁ ବାତିଲ କରାଯାଇଛି । ଓଡ଼ିଶା ଆଣିବା ପୂର୍ବରୁ ସମସ୍ତ ପ୍ରବାସୀଙ୍କ କରୋନା ପରୀକ୍ଷା କରାଇବାକୁ ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ୩ଟି ଟ୍ରେନକୁ ବାତିଲ କରାଯାଇଥିବା ଗତକାଲି ସୁରଟ ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ଟ୍ରେନ ବାତିଲ ପରେ ଘରକୁ ଫେରିବାକୁ ଆଶାବାନ୍ଧି ଥିବା ପ୍ରବାସୀ ଓଡ଼ିଆଙ୍କ ସବୁ ଆଶା ପାଣିରେ ମିଳାଇଯାଇଛି । ନା ପାଖରେ ଟଙ୍କା ଅଛି ନା ଖାଇବାକୁ ମିଳୁଛି । ତେଣୁ ତୁରନ୍ତ ପ୍ରବାସୀଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା କରିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି ।
ସେ କହିଛନ୍ତି ଯେ, ଟ୍ରେନ ବାତିଲ ପରେ ପଞ୍ଜୀକରଣ କରି ଘରକୁ ଆସିବାକୁ ଥିବା ପ୍ରବାସୀଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । ସରକାର ସେମାନଙ୍କ ଚଳିବା ପାଇଁ ଆବଶ୍ୟକ ଅର୍ଥ ବନେ୍ଦାବସ୍ତ କରନ୍ତୁ । ତୁରନ୍ତ ସେମାନଙ୍କ ଆକାଉଣ୍ଟରେ ୫ ହଜାର ନଦେଲେ ବଞ୍ଚିବା କଷ୍ଟକର । ଅନ୍ୟ ରାଜ୍ୟ ଏନେଇ ପଦକ୍ଷେପ ନେଇଥିଲାବେଳେ ଓଡ଼ିଶା ବି ତୁରନ୍ତ ପଦକ୍ଷେପ ନେଉ ବୋଲି ବିଜୟ ମହାପାତ୍ର ଦାବି କରିଛନ୍ତି ।
ପ୍ରକାଶ ଯେ, କରୋନା ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ସମ୍ପର୍କରେ ହାଇକୋର୍ଟ ଗୁରୁବାର ଏକ ବଡ଼ ନଦେ୍ର୍ଧଶ ଦେଇଥିଲେ । ଫେରୁଥିବା ଲୋକଙ୍କ କରୋନା ଟେଷ୍ଟ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଆସିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ । ସମ୍ପୃକ୍ତ ପ୍ରବାସୀ ମାନେ ରହୁଥିବା ସମ୍ପୃକ୍ତ ରାଜ୍ୟରେ ଆରଟି- ପିସିଆର ଟେଷ୍ଟ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ଅନୁମତି ମିଳିପାରିବ । ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ଦେଇଥିଲେ ।