ରୁଷର ପର୍ମ ବିଶ୍ୱବିଦ୍ୟାଳୟରେ ଗୁଳିବର୍ଷା, ୮ ମୃତ

ରୁଷର ପର୍ମ ବିଶ୍ୱବିଦ୍ୟାଳୟରେ ଗୁଳିବର୍ଷା, ୮ ମୃତ

ରୁଷର ପର୍ମ ବିଶ୍ୱବିଦ୍ୟାଳୟରେ ଗୁଳିବର୍ଷା, ୮ ମୃତ


ମସ୍କୋ: ଋଷର ପର୍ମ ବିଶ୍ୱବିଦ୍ୟାଳୟରେ ଆତଙ୍କୀ ଆକ୍ରମଣ । ଜଣେ ଆତଙ୍କବାଦୀ ବନ୍ଧୁକ ଧରି ଏହି ମେଡିକାଲ ବିଶ୍ୱବିଦ୍ୟାଳୟ ଅଭିମୁଖେ ମାଡ଼ି ଆସିଥିଲା । ଆସିବା ମାତ୍ରେ ଗୁଳିବର୍ଷା କରି ଚାଲିଥିଲା । ଯାହାକୁ ଦେଖିଲା ଗୁଳି ଫୁଟେଇଲା । ଭୟରେ କେତେକ ଛାତ୍ର ଓ ଅଧ୍ୟାପକ ଅଡିଟୋରିୟମକୁ ଭିତର ପଟୁ ତାଲା ମାରି ଲୁଚିଯାଇଥିଲେ । ଖୋଲା ଥିବା କ୍ଲାସରୁମ ଭିତରୁ ଜୀବନ ବିକଳରେ କେତେକ ଛାତ୍ର ଓ ଅଧ୍ୟାକ ଝରକା ଦେଇ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ଏଥିରେ ମଧ୍ୟ ଅନେକ ଆହତ ହୋଇଛନ୍ତି । ରିପୋର୍ଟ ଲେଖା ହେବାବେଳକୁ ଏଭଳି ଅନ୍ଧାଧୁନ ଗୁଳିବର୍ଷାରେ ୮ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି । ଗୁଳି ଚଳାଉଥିବା ଆତଙ୍କବାଦୀ ପୁଲିସ ହାତରେ ଧରାପଡ଼ିଛି । ସେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଏହି ଆକ୍ରମଣ ପଛରେ କେଉଁ ଆତଙ୍କୀ ସଂଗଠନ ସଂପୃକ୍ତ ତାହା ଜଣାପଡ଼ିନି । ଏହି ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି ।