ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଞ୍ଚଭୂତରେ ବିଲୀନ ହେଲେ ପ୍ରଣବ ମୁଖାର୍ଜୀ
ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଞ୍ଚଭୂତରେ ବିଲୀନ ହେଲେ ପ୍ରଣବ ମୁଖାର୍ଜୀ
admin
Sep 1, 2020 - 09:18
Updated: Sep 1, 2020 - 09:18
ନୂଆଦିଲ୍ଲ୍ୀ : ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ଆଜି ପଞ୍ଚତତ୍ତ୍ବରେ ବିଲୀନ ହୋଇଛି । ରାଷ୍ଟ୍ରୀୟ ସମ୍ମାନ ସହିତ ଲୋଧୀ ଶ୍ମଶାନଘାଟରେ ପ୍ରଣବ ଦା’ଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଆର୍ମି ହସ୍ପିଟାଲରୁ ପ୍ରଣବଙ୍କ ମରଶରୀରକୁ ଆଜି ରାଜାମୀ ମାର୍ଗ ସ୍ଥିତ ସରକାରୀ ବାସଭବନକୁ ଅଣାଯାଇଥିଲା । ସେଠାରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍ରେ ମଧ୍ୟ ଆକ୍ରାନ୍ତ ଥିଲେ । ପ୍ରଣଙ୍କ ଅନ୍ତିମ ସଂସ୍କାରରେ ବହୁତ କମ ଲୋକ ସାମିଲ୍ ହୋଇଥିଲେ । ସମସ୍ତେ ପିପିଇ କିଟ୍ରେ ନଜର ଆସିଥିଲେ । ପ୍ରଣବ ମୁଖାର୍ଜୀଙ୍କ ପୁତ୍ର ଅଭିଜିତ୍ ମୁଖାର୍ଜୀ ମୁଖାଗ୍ନି ଦେଇଥିଲେ । ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।
ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ, ସିଡିଏସ୍ ବିପିନ୍ ରାଓ୍ବତ, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାଚସ୍ପତି ଓମ୍ ବିର୍ଲା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କେନ୍ଦ୍ରୀୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧି, ଶଶି ଥରୁର୍, ଅଧୀର ରଂଜନ ଚୌଧୁରୀ, ସିପିଆଇ ମହାସଚିବ ଡି. ରାଜା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ସମେତ ଅନ୍ୟ ବହୁ ନେତା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
୮୪ ବର୍ଷୀୟ ପ୍ରଣବ ମୁଖାର୍ଜୀଙ୍କର ସୋମବାର ସନ୍ଧ୍ୟାରେ ପରଲୋକ ହୋଇଛି । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସକ୍ରିୟ ରାଜନୀତିରେ ରହିଥିଲେ ପ୍ରଣବ ମୁଖାର୍ଜୀ । ଅଗଷ୍ଟ ୧୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରଣବ ମୁଖାର୍ଜୀଙ୍କର ବ୍ରେନ୍ ସର୍ଜରୀ ଓଙ ଫୁସ୍ଫୁସ୍ ସଂକ୍ରମଣ ହେବା ସହିତ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲା ପ୍ରଣବ ମୁଖାର୍ଜୀ ।
୨୦୧୨ରୁ ୨୦୧୭ ମସିହା ପର୍ୟ୍ୟନ୍ତ ଭାରତର ରାଷ୍ଟ୍ରପତି ରହିଥିଲେ ପ୍ରଣବ ମୁଖାର୍ଜୀ । ୨୦୧୯ରେ ଭାରତ ରତ୍ନରେ ସମ୍ମାନିତ ହୋଇଥିବାବେଳେ ୨୦୦୮ରେ ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ । ପ୍ରଣବ ମୁଖାର୍ଜୀଙ୍କ ନିଧନ ପରେ କେନ୍ଦ୍ରସରକାର ସାତ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବା ନେଇ ଘୋଷଣା କରିଛନ୍ତି ।