ରାଷ୍ଟ୍ରପତିଙ୍କ ପାଇଁ ୩ ହେଲିକପ୍ଟର, ୨୮ କାର୍

ରାଷ୍ଟ୍ରପତିଙ୍କ ପାଇଁ ୩ ହେଲିକପ୍ଟର, ୨୮ କାର୍

ରାଷ୍ଟ୍ରପତିଙ୍କ ପାଇଁ ୩ ହେଲିକପ୍ଟର, ୨୮ କାର୍
ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଲକ୍ଷ୍ୟରେ କମିଶନରେଟ ପୁଲିସ ପକ୍ଷରୁ ମଗଡି୍ରଲ କରାଯାଇଛି । ବ୍ଲୁ୍ୟ ବ୍ଲକ ଗାଇଡ ଲାଇନ ଅନୁସାରେ ରାଷ୍ଟପ୍ରତି ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବେ ବୋଲି ଡିଜିପି ଡ.ସତ୍ୟଜିତ ମହାନ୍ତି କହିଛନ୍ତି । ଏହି ଅଭ୍ୟାସ ସମୟରେ ୨୮ ଗାଡ଼ି ବ୍ୟବହାର କରାଯାଇଥିଲା । ରାଷ୍ଟ୍ରପତି ଯିବା ସମୟରେ ପ୍ରଥମେ ୱାର୍ଣ୍ଣିଂ କାର୍, ତା ପରେ ଟେକନୋ କାର (ଜାମର), ପାଇଲଟ କାର, ଭିଆଇପି କାର, ଏସ୍କର୍ଟ ୱାନ (ରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷା କର୍ମୀ), ଏସ୍କର୍ଟ ୨ରେ (ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ), ତା’ପରେ କାର ୧ ଠାରୁ କାର୍ ୨୦ ପର୍ଯ୍ୟନ୍ତ । ଏ ସବୁ ଗାଡ଼ିରେ ରାଷ୍ଟ୍ରପତିଙ୍କ ପିଅନ, ଫଟୋଗ୍ରାଫର ଓ ପ୍ରଶାସନିକ ଅଧିକାରୀ ଯିବେ । ପଛକୁ ପଛ ଆମ୍ବୁଲାନ୍ସ, ଫାୟାର ଗାଡ଼ି, ସ୍ପୋୟାର କାର ଯିବ । ତା ଛଡ଼ା ରାଷ୍ଟ୍ରପତିଙ୍କୁ କୌଣସି ସ୍ଥାନକୁ ଯିବାକୁ ଚାହିଁଲେ ତାଙ୍କୁ ବକ୍ସ ପାର୍ଟନ ସିକୁ୍ୟରିଟିରେ ନିଆଯିବ । ରାଷ୍ଟ୍ରପତି ଗସ୍ତ ସମୟରେ ତାଙ୍କ ଆଗ ପଛ ଓ ଡାହାଣ-ବାମ କାର ବ୍ୟବସ୍ଥାକୁ ବକ୍ସ ପାର୍ଟନ ସିକୁ୍ୟରିଟି କୁହାଯାଏ । ତା’ଛଡ଼ା ଏହି ଦୁଇ ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ୩ଟି ହେଲିକେପ୍ଟର ବ୍ୟବହାର ହେବ । ପ୍ରଥମ ହେଲିକପ୍ଟରରେ ରହିବେ ସୁରକ୍ଷା କର୍ମୀ, ଦ୍ୱିତୀୟରେ ରାଷ୍ଟ୍ରପତି ଓ ରାଜ୍ୟପାଳ ଏବଂ ପ୍ରଶାସନିକ ଅଧିକାରୀ । ତୃତୀୟରେ ରାଷ୍ଟ୍ରପତିଙ୍କ ଅନ୍ୟ କର୍ମଚାରୀ ରହିବେ । ସେଥିପାଇଁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପୁଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା କ୍ଷେତ୍ରରେ ୧୦୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । କମିଶନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ ଓ ଖୋର୍ଦ୍ଧାରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ବୋଲି ଡିଜିପି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ସୁରକ୍ଷା ଉପରେ ଏଡିଜି ଭି.ମିଶ୍ର, ଏଡିଜି ଆର.ପି କୋଚେ, ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ, ଆଇଜି ଏସ୍.ପ୍ରିୟଦର୍ଶୀ, ଗୁଇନ୍ଦା ନିଦେ୍ର୍ଧଶକ ଆର.କେ.ଶର୍ମା, ଆଇଜି ଅମିତାଭ ଠାକୁର, ଡିଆଇଜି ଆଶିଷ ସିଂହ, ଡିସିପି ଅନୁପ ସାହୁ, ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁ ମଧ୍ୟ ନଜର ରଖିବେ । ବିଶେଷ କରି ଟ୍ରାଫିକ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।