ଅଟୋ ଓଲଟି ସ୍କୁଲ ଛାତ୍ରୀ ମୃତ

ଅଟୋ ଓଲଟି ସ୍କୁଲ ଛାତ୍ରୀ ମୃତ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗରା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଟୋ ଓଲଟି ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କ ମୃତୁ୍ୟ ହୋଇଛି । ଏହି ଦୁର୍ଘଟଣାରେ ଆଉ ୪ ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉକ୍ତ ଅଟୋଟି ୧୫ ଜଣ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଓଭରଲୋଡ ପାଇଁ ଅଟୋଟି ଓଲଟି ପଡ଼ିଥିବା ସୂଚନା ମଳିଛି । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଅଟୋ ଛାଡ଼ି ଫେରାର ହୋଇଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ସ୍କୁଲ ପିଲାମାନଙ୍କୁ ନେବା ଆଣିବା କରୁଥିବା ଯାନାବାହାନ ସମ୍ପର୍କରେ ସରକାର ବାରମ୍ବାର ଗାଇଡ ଲାଇନ କରୁଥିଲେ ଏଥିପ୍ରତି କାହାରି ନିଘା ନଥିବା କୁହାଯାଉଛି । ଫଳରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ।