ରାଜ୍ୟରେ ଶୀତ ଲହରି:୧୦ ଡିଗ୍ରୀ ତଳେ ୬ ସହର

ରାଜ୍ୟରେ ଶୀତ ଲହରି:୧୦ ଡିଗ୍ରୀ ତଳେ ୬ ସହର

ରାଜ୍ୟରେ ଶୀତ ଲହରି:୧୦ ଡିଗ୍ରୀ ତଳେ ୬ ସହର
ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରି ଜାରି ରହିଛି । ଅଧିକାଂଶ ସ୍ଥାନରେ ଜାଡ ଅନୁଭୂତ ହେଉଛି । ଏପରିକି ରାଜ୍ୟର ୬ଟି ସହର ଏବେ ୧୦ ଡିଗ୍ରୀ ତଳେ ଥିବା ଜଣାଯାଇଛି । ଫୁଲବାଣୀ ୫.୫ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହରଭାବେ ଉଭା ହୋଇଛି । ସେହିପରି ଦାରିଙ୍ଗିବାଡ଼ି ୬.୫, ଭବାନୀପାଟଣା ୯.୨, ବାରିପଦା ୯.୪, ଝାରସୁଗୁଡ଼ା ୯.୪ ଓ କୋରାପୁଟର ତାପମାତ୍ରା ୯.୬ ଡିଗ୍ରୀ ରହିଥିବା ଜଣାଯାଇଛି । ଅନ୍ୟପକ୍ଷରେ କଟକରେ ୧୨ ଓ ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ତାପମାତ୍ରା ଥିବା ଜଣାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।