ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ
ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଜି ହଠାତ ଅସୁସ୍ଥ ହୋଇପଡ଼ିଥିବା ଜଣାଯାଇଛି । ସିବିଆଇ ଅଫିସ ସମ୍ମୁଖରେ ଶ୍ରୀ ମିଶ୍ର ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି । ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇସାରିବା ପରେ ନରସିଂହ ମିଶ୍ର ଅସୁସ୍ଥ ହୋଇପଡ଼ିଥିଲେ । ଭାଷଣ ଦେଇ ସାରିଲା ପରେ ସେ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ହଠାତ ଛାତିକୁ ଧରି ତଳେ ବସିପଡ଼ିଥିଲେ । ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।