ଦୟାନଦୀରୁ ମାଛ ମାରିବାକୁ ନେଇ ୨ ଗାଁ ମଧ୍ୟରେ ବୋମାମାଡ
ଦୟାନଦୀରୁ ମାଛ ମାରିବାକୁ ନେଇ ୨ ଗାଁ ମଧ୍ୟରେ ବୋମାମାଡ
admin
Dec 28, 2020 - 06:47
Updated: Dec 28, 2020 - 06:47
ପୁରୀ: ଦୟାନଦୀରୁ ମାଛ ମାରିବାକୁ କେନ୍ଦ୍ର କରି ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି । ଏଥିପାଇଁ ଗୁଳି ଫୁଟିବା ସହ ଘନ ଘନ ବୋମାମାଡ଼ ହୋଇଛି । ୧୦ ରୁ ଅଧିକ ଏହି ଘଟଣାରେ ଆହତ ହୋଇଥିବା ଜଣାପଡ଼ିଛି । ଗୁଳିମାଡରେ ଜଣେ ବ୍ୟକ୍ତି ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦିନତମାମ ଏହାକୁ କେନ୍ଦ୍ର କରି ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗୋଦା ଥାନା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । କଣାସ ତହସିଲଦାର, ଗଡ଼ିଶାଗୋଦା ଥାନା ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆପୋସ ବୁଝାମଣା କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଗଡ଼ିଶାଗୋଦା ଥାନା ଅଧୀନ ଗଡିଶାଗୋଦା ପଞ୍ଚାୟତ ନଇକୂଳପାଟଣା ଗାଁ ଦୟା ନଦୀରେ ଗୋଟିଏ ପାଶ୍ୱର୍ରେ ଥିବା ବେଳେ ଅନ୍ୟ ପାଶ୍ୱର୍ରେ ଗୋପୀନାଥପୁର ପଞ୍ଚାୟତ ଜାଗୁଳାଇପଦର ଗାଁ ରହିଛି । ଦୁଇ ଗାଁ ଦୟାନଦୀରୁ ମାଛ ମାରିବା ପାଇଁ କଣାସ ତହସିଲଠାରୁ ନିଲାମ ନେଇ ଆସୁଥିଲେ । ପରେ ବିବାଦ ଉପୁଜିବାରୁ ଦୁଇ ଗାଁର କିଛି ବ୍ୟକ୍ତିଙ୍କୁ ନେଇ ମା’ଜାଗେଶ୍ୱରୀ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଗଠନ କରାଯାଇଥିଲା । ଏହି ସମିତି ବର୍ଷ ବର୍ଷ ଧରି ନଦୀ ନିଲାମ ନେଇ ଆସୁଥିଲେ । ଚଳିତ ବର୍ଷ ବି ଏହି ସମିତି ମାଛ ମାରିବା ପାଇଁ ନଦୀ ନିଲାମ ନେଇଥିଲେ । ତଥାପି ଅନଧିକୃତ ମାଛ ଧରାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟାୀ ବିବାଦ ଲାଗି ରହିଥିଲା । କଣାସ ତହସିଲଦାର ଲକ୍ଷ୍ମୀଧର ମହାରଣା, ଅତିରିକ୍ତ ତହସିଲଦାର ସହଦେବ ସାହୁ, ଗଡିଶାଗୋଦା ଥାନା ଅଧିକାରୀ ଦେବାଶିଷ ମିଶ୍ର ପ୍ରମୁଖ ଉଭୟଙ୍କୁ ଡାକି ଏହାର ଆପୋସ ସମାନଧାନ କରିଥିଲେ । ନିଷ୍ପତ୍ତି ଅନୁସାରେ, ନଭେମ୍ବର ୨୧ରେ ପୁଲିସ ଉପସ୍ଥିତିରେ ତହସିଲଦାର ଦୟାନଦୀରେ ବସାଯାଇଥିବା ୪୩ଟି ବେଆଇନ ବସାକୁ ହଟାଇଥିଲେ । ଦୁଇ ଦିନ ତଳେ ପୁନର୍ବାର କିଛି ବ୍ୟକ୍ତି ନଦୀରୁ ମାଛ ଧରିବାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା ।