ବିନା ଡ୍ରାଇଭରରେ ଚାଲିବ ଟ୍ରେନ

ବିନା ଡ୍ରାଇଭରରେ ଚାଲିବ ଟ୍ରେନ

ବିନା ଡ୍ରାଇଭରରେ ଚାଲିବ ଟ୍ରେନ
ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋର ଡ୍ରାଇଭର ବିହୀନ ଟ୍ରେନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ଏହା ହେବ ଦେଶର ପ୍ରଥମ ଡ୍ରାଇଭରବିହୀନ ଟ୍ରେନ । ଉକ୍ତ ଟ୍ରେନଟି ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (କନକପୁରୀ ୱେଷ୍ଟରୁ ବଟାନିକାଲ ଗାର୍ଡେନ ମଧ୍ୟରେ) ଚଳାଚଳ କରିବ । ଉପରୋକ୍ତ ଦୁଇ ସ୍ଥାନ ମଧ୍ୟରେ ଦୂରତା ୩୭ କିମି । ଏହା ପରେ ପିଙ୍କ ଲାଇନରେ ମଜଲିସ ପାର୍କରୁ ଶିବ ବିହାର ମଧ୍ୟରେ ଆସନ୍ତାବର୍ଷ ମଧ୍ୟଭାବ ସୁଦ୍ଧା ୫୭ କିମି ମଧ୍ୟରେ ଆଉ ଏକ ଡ୍ରାଇଭର ବିହୀନ ଟ୍ରେନ ଚଳାଚଳ କରିବ । ଏହା ପରେ ଦିଲ୍ଲୀ ମେଟ୍ରୋରେ ୯୪ କିମି ମଧ୍ୟରେ ଡ୍ରାଇଭର ବିହୀନ ଟ୍ରେନ ଚଳାଚଳ କରିବ । ବିଶ୍ୱରେ ମେଟ୍ରୋର ନେଟୱାର୍କରେ ଚଳାଚଳ କରୁଥିବା ଡ୍ରାଇଭର ବିହୀନ ଟ୍ରେନରେ ଭାରତର ଅବଦାନ ପ୍ରାୟ ୯ ପ୍ରତିଶତ ରହିବ ।