ରାଜ୍ୟରେ ପ୍ରଥମ କରୋନା ରୋଗୀ ମୃତ୍ୟୁ ।

ରାଜ୍ୟରେ ପ୍ରଥମ କରୋନା ରୋଗୀ ମୃତ୍ୟୁ ।

ରାଜ୍ୟରେ ପ୍ରଥମ କରୋନା ରୋଗୀ ମୃତ୍ୟୁ । ୭୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ନେଇ ଟୁଇଟ ଯୋଗେ ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ୪ ଏପ୍ରିଲରେ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ବ୍ୟକ୍ତି ଜଣକ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ପୂର୍ବରୁ ତାଙ୍କର ବ୍ଲଡ ପ୍ରେସର ରୋଗ ମଧ୍ୟ ଥିଲା । ତେବେ ଏପ୍ରିଲ ୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ମୃତକଙ୍କଠାରେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲା । ତେବେ ତାଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ଅନୁସନ୍ଧାନ ଚାଲିଛି ।