ରାଜ୍ୟରେ ସଂକ୍ରମଣ ଆସିବାର ସମ୍ଭାବନା ଅଛି

ରାଜ୍ୟରେ ସଂକ୍ରମଣ ଆସିବାର ସମ୍ଭାବନା ଅଛି

 ରାଜ୍ୟରେ  ସଂକ୍ରମଣ ଆସିବାର ସମ୍ଭାବନା ଅଛି
ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ଘଟଣା ସାମ୍‌ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି । ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ। ଏବେ ଆଉଥରେ ସାନି ସଂକ୍ରମଣ ବ୍ୟାପିଲେ ସ୍ଥିତିକୁ ବିଗାଡ଼ି ଦେଇପାରେ । କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଏକ ବଡ଼ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ଦେଖାଦେଇଥିବା ଷ୍ଟ୍ରେନ ମହାରାଷ୍ଟ୍ରର ବୋଲି କହିପାରିବା ନାହିଁ । ଭଦ୍ରକର ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି । ଜିନମ ସିକୁଏନ୍ସରୁ ଜଣାପଡ଼ିବ । ସଂକ୍ରମଣ ଆସିବାର ସମ୍ଭାବନା ଅଛି । ନିୟମ ମାନିଲେ ବ୍ୟାପିବନି । ସର୍ଭେଲାନ୍ସ ବଢାଇବାକୁ ନିଦେ୍ର୍ଧଶ ଦିଆଯାଇଛି । ଆଗକୁ ଟେଷ୍ଟ ବଢିବ । ଆଶା କରୁଛୁ ମାର୍ଚ୍ଚ ୫୦ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବୁ । ଏବେ କୋଭିଡ ହସ୍ପିଟାଲ ବନ୍ଦ ଅଛି । ସଂକ୍ରମଣ ବଢିଲେ ପୁଣି ଖୋଲିବ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।