ଅଞ୍ଜନା ମିଶ୍ର ଘଟଣା ପରେ ଇସ୍ତଫା ଦେଇଥିଲେ ଜେବି

ଅଞ୍ଜନା ମିଶ୍ର ଘଟଣା ପରେ ଇସ୍ତଫା ଦେଇଥିଲେ ଜେବି

ଅଞ୍ଜନା ମିଶ୍ର ଘଟଣା ପରେ ଇସ୍ତଫା ଦେଇଥିଲେ ଜେବି
ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାକୁ ନେଇ ସେତେବେଳ ସାରା ରାଜ୍ୟ କମ୍ପିଥିଲା । ପଲ୍ଲୀରୁ ଦିଲ୍ଲୀ ଯାଏ ସରକାର ସମାଲେଶଚନାର ଶରବ୍ୟ ହୋଇଥିଲେ । ଏହି ଘଟଣାକୁ ନେଇ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜେବି ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ । ଜେବିଙ୍କୁ ହଟାଇ ସୋନିଆ ଗାନ୍ଧୀ ଗିରିଧାରୀ ଗମାଙ୍ଗକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିଲେ । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ସୋମବାର କମିଶନରେଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ ଗିରଫ କରାଯାଇଛି ।