୧୧ ଓ ୧୨ ସମ୍ବଲପୁର ସଟଡାଉନ

୧୧ ଓ ୧୨ ସମ୍ବଲପୁର ସଟଡାଉନ

୧୧ ଓ ୧୨ ସମ୍ବଲପୁର ସଟଡାଉନ
ଭୁବନେଶ୍ୱର : କରୋନା ସଂକ୍ରମଣକୁ ଆଖିଆଗରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ୧୧ ଓ ୧୨ ଦୁଇଦିନ ଧରି ଜିଲ୍ଲା ସଟଡାଉନ ରହିବ । ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ଦୋକାନ ବଜାର ଠାରୁ ଆରମ୍ଭ କରି ସମସ୍ତ ପ୍ରତିଷ୍ଠାନ ବି ବନ୍ଦ ରହିବ । ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଅମାନିଆମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ସମ୍ବଲପୁରରେ ଏବେ ୧୦୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତି ସେଭଳି ସଂଗୀନ ନଥିଲେ ମଧ୍ୟ ପ୍ରତିଷେଧାତ୍ମକ ବ୍ୟବସ୍ଥା ଦୃଷ୍ଟିକୋଣରୁ ଏଭଳି ନିଷ୍ପତି ନିଆଯାଇଛି । ଏବେ କେତେକ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ରହିଥିବାବେଳେ କଟକ ଗତ ଶନିବାର ଠାରୁ ୧୦ ପର୍ଯ୍ୟନ୍ତ ସଟଡାଉନ ରହିଛି ।