ରାଜ୍ୟରେ କଲବଲ କରୁଛି ଜାଡ଼, ୧୦ ଡିଗ୍ରି ତଳେ ୧୭ ସ୍ଥାନ

ରାଜ୍ୟରେ କଲବଲ କରୁଛି ଜାଡ଼, ୧୦ ଡିଗ୍ରି ତଳେ ୧୭ ସ୍ଥାନ

ରାଜ୍ୟରେ କଲବଲ କରୁଛି ଜାଡ଼, ୧୦ ଡିଗ୍ରି ତଳେ ୧୭ ସ୍ଥାନ

ଭୁବନେଶ୍ୱର,: ଓଡ଼ିଶାରେ ରାଜ୍ୟବାସୀଙ୍କୁ କଲବଲ କରୁଛି ଜାଡ଼। ଆଞ୍ଚଳିକ ପାଣିପାଗ କାର୍ୟ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ୩.୬ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ଫୁଲବାଣି ଓଡ଼ିଶାର ଥଣ୍ଡା ସହର ହୋଇଥିବା ବେଳେ ୧୭ସ୍ଥାନରେ ରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି। 

ସେହିପରି ଦାରିଙ୍ଗିବାଡି ୪, କୋରାପୁଟ ୭, ଚାନ୍ଦବାଲି ୯.୭, ଅନୁଗୋଳ ୮, ଝାରସୁଗୁଡା ୬, କେନ୍ଦୁଝର ୬.୪, ସମ୍ବଲପୁର ୮.୬, ସୁନ୍ଦରଗଡ଼ ୬.୦, ହୀରାକୁଦ ୮.୪, ତାଳଚେର ୯, ଭବାନୀପାଟଣା ୬.୮, ବଲାଙ୍ଗୀର ୮.୫, ଟିଟିଲାଗଡ଼ ୬.୫, ସୋନପୁର ୬.୪, ନୟାଗଡ଼ ୯, ବୌଦ୍ଧ ୮ ସେଲ୍ସିୟସ ରେକର୍ଡ କରାଯାଇଛି । 

ଓଡିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ଆଗାମୀ ୨ ରୁ ୩ ଦିନ ପାଇଁ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ସର୍ବନିମ୍ନ ରାତ୍ରି ତାପମାତ୍ରାରେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।