ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କର ମୃତୁ୍ୟ

ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କର ମୃତୁ୍ୟ

ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କର ମୃତୁ୍ୟ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୨୩୨ରେ ପହଁଚିଛି । ଏଯାବତ ରାଜ୍ୟରେ ୫ ଲକ୍ଷ ୬୫ ହଜାର ୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୬୫ ହଜାର ୧୩୩ ଜଣ ସୁସ୍ଥ ହୋଇସାରିଛନ୍ତି । ସମ୍ପ୍ରତି ୯୮୨୩୦ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩, ବାଲେଶ୍ୱରରେ ୧, ବୌଦ୍ଧରେ ୧, ଢେଙ୍କାନାଳରେ ୧, ଗଞ୍ଜାମରେ ୧, କଳାହାଣ୍ଡିରେ ୨, ଖୋର୍ଦ୍ଧାରେ ୩, ପୁରୀରେ ୨, ରାୟଗଡ଼ାରେ ୧ ଓ ସୁନ୍ଦରଗଡ଼ରେ ୨ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୩୯, ବାଲେଶ୍ୱରରେ ୩୦୩, ବରଗଡ଼ରେ ୪୩୧, ଭଦ୍ରକରେ ୨୩୧, ବଲାଙ୍ଗୀରରେ ୪୨୬, ବୌଦ୍ଧରେ ୧୮୦, କଟକରେ ୮୮୫, ଦେବଗଡ଼ରେ ୧୨୭, ଢେଙ୍କାନାଳରେ ୧୮୯, ଗଜପତିରେ ୧୧୧, ଗଞ୍ଜାମରେ ୧୭୭, ଜଗତସିଂହପୁରରେ ୨୩୨, ଯାଜପୁରରେ ୩୪୯, ଝାରସୁଗୁଡ଼ାରେ ୩୮୦, କଳାହାଣ୍ଡିରେ ୩୭୦, କନ୍ଧମାଳରେ ୧୩୪, କେନ୍ଦ୍ରାପଡ଼ାରେ ୧୪୧, କେନ୍ଦୁଝରରେ ୨୫୩, ଖୋର୍ଦ୍ଧାରେ ୧୫୩୯, କୋରାପୁଟରେ ୧୯୫, ମାଲକାନାଗିରିରେ ୭୧, ମୟୂରଭଞ୍ଜରେ ୨୩୯, ନବରଙ୍ଗପୁରରେ ୩୩୫, ନୟାଗଡ଼ରେ ୧୯୨, ନୂଆପଡ଼ାରେ ୩୭୮, ପୁରୀରେ ୩୯୮, ରାୟଗଡ଼ାରେ ୨୧୨, ସମ୍ବଲପୁରରେ ୪୫୪, ସୋନପୁରରେ ୨୧୫, ସୁନ୍ଦରଗଡ଼ରେ ୯୬୪ ଓ ରାଜ୍ୟ ପୁଲରେ ୩୩୨ ଜଣ ଚିହ୍ନଟ ହୋଇଛନ୍ତି ।